ଏକ ସଦ୍ୟଜନ୍ମା ଶିଶୁ ଉଦ୍ଧାର କରିଛନ୍ତି ଉଦ୍ଧାରକାରୀ। କିନ୍ତୁ ଦୁଃଖର ବିଷୟ ଯେ ଛୁଆଟି ଜନ୍ମ ହେବା କ୍ଷଣି ଅନାଥ ହୋଇଛି। ଭୁକମ୍ପରେ ଛୁଆଟିର ପିତାମାତା ପ୍ରାଣ ହରାଇଛନ୍ତି। ମା ପ୍ରବଳ ପ୍ରସବ ଯନ୍ତ୍ରଣାରେ ଛଟପଟ ହୋଇ ଆଖି ବୁଜିଥିଲା। କିନ୍ତୁ ମାର ମୃତ୍ୟୁ ପୂର୍ବରୁ ପିଲା ହୋଇସାରିଲା। ଏକ ଭଙ୍ଗା କୋଠା ତଳେ ଦବି ଯାଇଛନ୍ତି ବାପା ମା।
ଏଭଳି ହୃଦୟବିଦାରକ ଘଟଣା ଘଟିଛି ସିରିୟାର ଜେଣ୍ଡେରେସ୍ ସହରରେ। ଭୂକମ୍ପ, ଘନ ଅନ୍ଧକାର, ହାଡଭଙ୍ଗା ଶୀତ ଭଳି ପରିସ୍ଥିତିକୁ ସାମ୍ନା କରି ଏହି କୁନି ଛୁଆଟି ଜନ୍ମ ନେଇଛି। ତେବେ ଏହାକୁ ଲୋକେ ଅଲୌକିକ ଘଟଣା ବୋଲି କହୁଛନ୍ତି। ତୁର୍କୀ ଓ ସିରିୟାରେ ଦୁଇ ଦୁଇଟି ଭୂମିକମ୍ପରେ ଅନେକ ଲୋକ ପ୍ରାଣ ହରାଇଛନ୍ତି। ଏବେ ବି ଅନେକ ପରିବାର ଭଙ୍ଗା କୋଠା ତଳେ ଚାପି ହୋଇରହିଛି। ଉଦ୍ଧାର ଚାଲିଛି କୁଢ କୁଢ ଶବ।
ଅଧିକ ବିଦେଶ ନ୍ୟୂଜ଼ ପଢନ୍ତୁ