ଭାରତ ସହ ଡିଫେଣ୍ଡିଂ ଚାମ୍ପିଅନ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ଓ ଆଫଗାନିସ୍ତାନ ଟିମ୍ ମଧ୍ୟ କ୍ରିକେଟ ପଣ୍ଡିତଙ୍କୁ ଭୁଲ୍ ପ୍ରମାଣିତ କରିବାରେ ସକ୍ଷମ । ୫୫ ରନ୍ରେ ଶ୍ରୀଲଙ୍କାକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ଅବଶ୍ୟ ସୁପର୍ ୧୨ ମ୍ୟାଚ୍ ଏବେ ବି ବାକି ଅଛି । କିନ୍ତୁ ଟ୍ରେଲର କହୁଛି। କଙ୍ଗାରୁ ଦେଶରେ ଏଥର କାଣ୍ଟେକା ଟକ୍କର ଦେଖିବାକୁ ମିଳିବ ।
ଭାରତ ତାର ପ୍ରଥମ ମ୍ୟାଚ୍ ସୁପର ସଣ୍ଡେରେ ପାକିସ୍ତାନ ବିରୋଧରେ ଖେଳିବ । ଟିମ୍ ଇଣ୍ଡିଆ ଉପରେ ସମସ୍ତଙ୍କ ଆଶା, ୨୦୦୭ର ପ୍ରଦର୍ଶନ ୨୦୨୨ରେ ରିପିଟ୍ କରିବ ରୋହିତ ବାହିନୀ ।
ଗ୍ରୁପ୍-Bରେ ଭାରତ ସହ ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ବାଂଲାଦେଶ ସହ ଅନ୍ୟ ୨ କ୍ବାଲିଫାୟର ରହିବେ । ସେପଟେ ଗ୍ରୁପ୍-Aରେ ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଆଫଗାନିସ୍ତାନ, ଆୟୋଜକ ଅଷ୍ଟ୍ରେଲିଆ ସହ ୨ କ୍ବାଲିଫାୟର ରହିବେ ।
ନଭେମ୍ବର ୧୩ରେ ମିଶନ ମେଲବର୍ଣ୍ଣ ପାଇଁ ଲଢ଼େଇ କରିବେ ୧୨ ଟିମ୍ । ଫଠାଫଟ୍ କ୍ରିକେଟର ମହାଲଢ଼େଇରେ ପୂରା ଜୋର ଲଗାଇବେ ସବୁ ଦଳ । କିଏ ଜିତିବ କିଏ ହାରିବ ସେ ତ ସମୟ କହିବ କିନ୍ତୁ, ଖେଳ ରୋମାଞ୍ଚକର ହେବ ।