ଆଜି ଭାରତ ପ୍ରଥମ ବ୍ୟାଟିଂ କରି ଭଲ ଆରମ୍ଭ କରିଥିଲେ ବି ୩.୫ ଓଭର ଖେଳ ବେଳେ ଦଳର ପ୍ରଥମ ୱିକେଟ୍ ଖସିଥିଲା। ଆଜି ପୁଣି ଫେଲ୍ ମାରିଥିଲେ ରୋହିତ ଶର୍ମା(୧୫)। ଦଳୀୟ ସ୍କୋର ସ୍କୋର ୨୭ ରନ ବେଳେ ରୋହିତଙ୍କ ରୂପରେ ପ୍ରଥମ ୱିକେଟ୍ ହରାଇଥିଲା ଭାରତ। ଏହାପରେ ବିରାଟ କୋହଲି ଓ କେଏଲ୍ ରାହୁଲ ଦୁହେଁ ମିଶି ଖେଳ ସମ୍ଭାଳିଥିଲେ। ୧୦ ଓଭର ଖେଳ ଶେଷ ବେଳକୁ ଭାରତ ୭.୯ ରନ୍ ହାରରେ ମୋଟ ୭୯ ରନ୍ କରିଥିଲା।
ହେଲେ ୧୧.୫ ବଲରେ ବିରାଟ କୋହଲି(୨୬) ଦ୍ରୁତ ଗତିରେ ରନ୍ କରିବା ଚକ୍କରେ ଉଚ୍ଚା ଶଟ୍ ମାରି ଆଉଟ ହୋଇଥିଲେ। ଦଳର ସ୍କୋର ୮୯ ବେଳେ ୨ଟି ୱିକେଟ୍ ହରାଇଥିଲା ଭାରତ। ଏପଟେ କେଏଲ ରାହୁଲ(୫୧) ଜବରଦସ୍ତ ବ୍ୟାଟିଂ ଜାରି ରଖିଥିଲେ। ଛକା ମାରି ଅର୍ଦ୍ଧଶତକ ହାସଲ କରିବା ପରେ ସେ ବି ଆଉଟ୍ ହୋଇଯାଇଥିଲେ। ଏହାପରେ ବିରାଟଙ୍କ ଜାଗାରେ ଆସିଥିବା ପନ୍ତ(୩) ବି ସଙ୍ଗେ ସଙ୍ଗେ ଆଉଟ୍ ହୋଇଯାଇଥିଲେ। ପନ୍ତ ଆଉଟ୍ ହେବା ପରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ସୂର୍ଯ୍ୟ କୁମାର ଯାଦବ ବ୍ୟାଟିଂ ଜାରି ରଖିଥିଲେ। ୧୫ ଓଭର ଶେଷ ବେଳକୁ ଦଳ ୩ ୱିକେଟ୍ ହରାଇ ୧୦୭ ରନ୍ କରିଥିଲା।
କ୍ରୀଡ଼ା ଖବର ଆହୁରି ପଢନ୍ତୁ ।