ପ୍ରଫେସର କରମଲକର 1983 ଏବଂ 1989 ରେ ଯଥାକ୍ରମେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ମାଡ୍ରାସ (ଆଇଆଇଟିଏମ)ରୁ ବି.ଟେକ ଏବଂ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ପିଏଚଡି ଡିଗ୍ରୀ ହାସଲ କରିଥିଲେ। ତାଙ୍କର ଆଗ୍ରହର କ୍ଷେତ୍ର ହେଉଛି ସେମିକଣ୍ଡକ୍ଟର ଉପକରଣ ଏବଂ ଶିକ୍ଷା। ଆଇଆଇଟି ଭୁବନେଶ୍ବରରେ ଯୋଗଦେବା ପୂର୍ବରୁ ସେ ଆଇଆଇଟି ମାଡ୍ରାସର ଏଜୁକେସନାଲ ଟେକ୍ନୋଲୋଜି ସେଲର ମୁଖ୍ୟ ଥିଲେ। ଡିନ୍, ଅଧ୍ୟାପକ ଓ ଅନୁଷ୍ଠାନର ରେଜିଷ୍ଟ୍ରାରଙ୍କ ଉପସ୍ଥିତିରେ ନୂତନ ନିର୍ଦ୍ଦେଶକ ଦାୟିତ୍ବ ଗ୍ରହଣ କରିଛନ୍ତି।
ଭୁବନେଶ୍ବର ଆଇଆଇଟିର ନିର୍ଦ୍ଦେଶକଙ୍କ ଦାୟିତ୍ବ ଗ୍ରହଣ

ଅର୍ଗସ ବ୍ୟୁରୋ: ଆଇଆଇଟି ମାଡ୍ରାସର ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଶ୍ରୀପଦ କରମଲକର 17th ନଭେମ୍ବର 2022 ରୁ ଭୁବନେଶ୍ବର ଆଇଆଇଟିର ନୂତନ ନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ସେ ଆଇଆଇଟି ଖଡଗପୁରର ନିର୍ଦ୍ଦେଶକ ପ୍ରଫେସର ଭି.କେ ତିଓ୍ବାରୀଙ୍କ ପରେ ଦାୟିତ୍ବ ଗ୍ରହଣ କରିଛନ୍ତି। ସେ 2nd ଏପ୍ରିଲ 2022ରୁ ଆଇଆଇଟି ଭୁବନେଶ୍ବରର ଅତିରିକ୍ତ ଦାୟିତ୍ବରେ ଥିଲେ।
Download Argus News App
