୧୯ ଟି ଜିଲ୍ଲାରେ ସ୍କୁଲ କଲେଜ୍ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପୁଡୁଚେରୀରେ ମଧ୍ୟ ସ୍କୁଲ କଲେଜ୍ ବନ୍ଦ ରହିଛି ।ଚେନ୍ନାଇ ସହରର ଅଧିକାଂଶ ଅଂଚଳରେ ପାଣି ବୁଡ଼ି ରହିଥିବାରୁ ସମସ୍ୟା ଘେରରେ ରହିଛନ୍ତି ଲୋକମାନେ ।
ଅର୍ଗସ ବ୍ୟୁରୋ: ତାମିଲନାଡ଼ୁ ଏବଂ ପୁଡ଼ୁଚେରୀରେ ଲାଗି ରହିଛି ବର୍ଷା ଏବଂ ବନ୍ୟାର ତାଣ୍ଡବଲୀଳା । ରାଜଧାନୀ ଚେନ୍ନାଇ ସମେତ ରାଜ୍ୟର ଅନ୍ୟ କେତେକ ଅଂଚଳରେ ଲାଗି ରହିଛି ବର୍ଷା ଏବଂ ପାଣି ଘେରରେ ରହିଛି ସହର । ପାଣିପାଗ ବିଭାଗ ତରଫରୁ ତାମିଲନାଡ଼ୁରେ ପୁଣି ଭିଷଣ ବର୍ଷାର ଭବିଷ୍ୟବାଣୀ କରାଯାଇଛି । ତାମିଲନାଡୁ ଏବଂ ପୁଡୁଚେରୀରେ ବନ୍ୟାର ତାଣ୍ଡବଲୀଳା
୧୯ ଟି ଜିଲ୍ଲାରେ ସ୍କୁଲ କଲେଜ୍ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପୁଡୁଚେରୀରେ ମଧ୍ୟ ସ୍କୁଲ କଲେଜ୍ ବନ୍ଦ ରହିଛି ।ଚେନ୍ନାଇ ସହରର ଅଧିକାଂଶ ଅଂଚଳରେ ପାଣି ବୁଡ଼ି ରହିଥିବାରୁ ସମସ୍ୟା ଘେରରେ ରହିଛନ୍ତି ଲୋକମାନେ ।
କେନ୍ଦ୍ରାପଡା : କଥାରେ ଅଛି, ଯାହାକୁ ରଖିବେ ଅନନ୍ତ କି କରି ପାରେ ବଳବନ୍ତ। ଆତ୍ମହତ୍ୟା କରୁକରୁ ବଞ୍ଚିଗଲେ ବୃଦ୍ଧା. ଏପରି ଦୃଶ୍ୟ ଦେଖବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରୀ ଥାନା ଅର୍ନ୍ତଗତ ଲୁଣା ନଦୀ ନିକଟରେ. ଏଠାରେ ଜଣେ ବୃଦ୍ଧାଙ୍କୁ ଜୀବନ୍ତ ଅବସ୍ଥାରୁ ଉଦ୍ଧାର କରାଯାଇଛି. ସୂଚନା ମୁତାବକ ବୃଦ୍ଧା ଜଣକ ଲୁଣା ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ.
ଅଧିକ ପଢନ୍ତୁ : କାରରୁ ପାଣିକୁ ଡେଇଁପଡିଲେ ମହିଳା
ଦୁଇକିଲୋମିଟର ଭାସିଯିବା ପରେ ମଧ୍ୟ ସେ ବୁଡି ଯାଇନଥିଲେ. ମାହାରା କୂଳରେ ଭାସିଭାସି ଲାଗିବା ପରେ ସ୍ଥାନୀୟ ଲୋକ ଙ୍କ ସହାୟତା ରେ ଜୀବନ୍ତ ଅବସ୍ଥା ରେ ଉଦ୍ଧାର ହେଲେ . ହେଲେ ବୃଦ୍ଧାଙ୍କର ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ. ସ୍ଥାନୀୟ ଲୋକମାନେ ୧୦୮ ଯୋଗେ କେନ୍ଦ୍ରାପଡ଼ା ମେଡିକାଲକୁ ପ୍ରାଥମିକ ଚିକିତ୍ସା ପାଇଁ ପଠାଇଛନ୍ତି . ବୃଦ୍ଧା ଜଣଙ୍କ ସୁସ୍ଥ ଅବସ୍ଥାରେ ଉଦ୍ଧାର ହୋଇ ଥିଲେ ।
କଟକ: ବିବାହ ପଞ୍ଜିକରଣ ସାଇଟରେ ବିବାହ ପ୍ରସ୍ତାବ ଦେଇ ଠକେଇ। କଟକର ଜଣେ ଯୁବତୀଙ୍କ ସହ ବନ୍ଧୁତା କରି ସୁନା ଠକେଇ। ନିଜକୁ ଜଣେ ଆୟାକର ବିଭାଗ ଅଧିକରୀ ବୋଲି ପରିଚୟ ଦେଇ ଠକେଇ। ଦେଢ଼ ଲକ୍ଷ ଟଙ୍କାର ସୁନା ଠକି ନେଇଥିବା ଅଭିଯୋଗ। ଠକେଇ ଅଭିଯୋଗରେ କଟକର ଜଣେ ଯୁବକ ଗିରଫ।
ଗିରଫ ହେଲେ କଟକର ସୁଧାଂଶୁ ବେହେରା। ସୁଧାଂଶୁକୁ ଗିରଫ କଲା କଟକ କ୍ୟାଣ୍ଟନମେଣ୍ଟ ପୋଲିସ । ସୁଧାଂଶୁ ଏକାଧିକ ଯୁବତୀଙ୍କୁ ଏପରି ଠକି ଥିବା ଅଭିଯୋଗ ହୋଇଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର
ପୁରୀ: ଆସନ୍ତାକାଲି 4ଘଣ୍ଟା ଜଗା ଦର୍ଶନ ବନ୍ଦ। ବନକଲାଗି ନୀତି ପାଇଁ ବନ୍ଦ ରହିବ ଜଗା ଦର୍ଶନ। ଦୀର୍ଘ ଏକମାସରୁ ଉର୍ଦ୍ଧ୍ବ ହେବ ହୋଇନାହିଁ ଶ୍ରୀଜୀଉଙ୍କ ଶ୍ରୀମୁଖ ଶୃଙ୍ଗାର।
ଅପରାହ୍ନ 5ଟାରୁ ରାତି 9 ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ। ବନକଲାଗି ନୀତି ଶେଷ ପରେ ଆରମ୍ଭ ହେବ ସର୍ବସାଧାରଣଙ୍କ ଦର୍ଶନ। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପ୍ରଶାସନ ।
ଅଧିକ ପଢନ୍ତୁ ଓଡ଼ିଶା ଖବର