ଗତକାଲି ଏକ ବୋରେଓ୍ୱଲରେ ଖସି ପଡ଼ିଥିଲା ୮ ବର୍ଷ ବୟସର ବାଳକ ତନ୍ମୟ ସାହୁ । ମଧ୍ୟପ୍ରେଦଶର ବେତୁଲ ଜିଲ୍ଲାର ମାଣ୍ଡଭି ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବୋରେୱେରେ ଫସି ରହିଥିବା ବାଳକ ନିକଟକୁ ପାଇପ୍ ଯୋଗେ ଅମ୍ଲଜାନ ପଠାଯାଉଛି। ଘଟଣାସ୍ଥଳରେ ଭୋପାଳ ଓ ହୋସଙ୍ଗାବାଦରୁ ଯାଇଥିବା SDRF ଟିମ୍ ଉଦ୍ଧାର କାଯର୍ୟରେ ଲାଗି ପଡିଛନ୍ତି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ୍ ଉଦ୍ଧାର କାର୍ଯ୍ୟର ଲଗାତର ଭାବେ ଅନୁଧ୍ୟାନ କରୁଛନ୍ତି । ଶିଶୁଟିର ସୁରକ୍ଷିତ ଉଦ୍ଧାର ପାଇଁ ସ୍ଥାନୀୟ ପ୍ରଶାସନ ସହ ଯୋଗାଯୋଗରେ ଅଛନ୍ତି ମୁଖ୍ୟମନ୍ତ୍ରୀ । ବୋରୱେଲ ଭିତରକୁ ଏକ କ୍ୟାମେରା ଛଡାଯାଇ ପିଲାଟିର ସ୍ଥିତି ଉପରେ ନଜର ରଖାଯାଇଛି ।
ଭାରତ ଖବର ଆହୁରି ପଢ଼ନ୍ତୁ ।