ଏନଡିଆରଏଫ ଓ ଏସଡିଆରଏଫର ଶତାଧିକ ଜବାନ ଲଗାତାର ପରିଶ୍ରମ କରୁଛନ୍ତି ତନ୍ମୟକୁ ସକୂଶଳ ବୋରୱେଲରୁ ବାହାର କରିବାକୁ । 45 ଫୁଟର ବରୱେଲ ଭିତରେ ଫସିଛି ତନ୍ମୟ। ବୋଲ ୱେଲ ନିକଟରେ ସମାନ୍ତରାଳ ଗାତ ଖୋଳାଯାଇ ସାରିଛି । ଏବେ ସେଠାରୁ ବୋଲୱେଲ ପର୍ଯ୍ୟନ୍ତ ଟନେଲ ଖୋଳାଯାଇ ତାକୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚାଲିଛି । ଖୁବ୍ କମ ସମୟ ମଧ୍ୟରେ ତନ୍ମୟ ପାଖରେ ରେସକ୍ୟୁ ଟିମ୍ ପହଞ୍ଚିବ ବୋଲି ଆଶା କରାଯାଉଛି ।
ମାଟି ଧସିବାର ଆଶଙ୍କା ଥିବାରୁ ଅତି ସତର୍କତାର ସହିତ ହାତରେ ଟନେଲ ଖୋଳା କାମ ଚାଲିଛି । ସେପଟେ ପାଇପ ମାଧ୍ୟମରେ ବୋର ୱେଲ ଭିତରକୁ ଅମ୍ଳଜାନ ଛଡ଼ାଯାଉଛି । ଘଟଣାସ୍ଥଳରେ ଡାକ୍ତରୀ ଟିମ୍ ମଧ୍ୟ ଉପସ୍ଥିତ ରହିଛି ତନ୍ମୟର ଅବସ୍ଥା ଉପରେ ନଜର ରଖିଛନ୍ତି । ଗତକାଲିଠାରୁ ତନ୍ମୟ ଆଉ କୌଣସି ରେସପଣ୍ଡ କରୁନାହିଁ । ବୋରୱେଲ ମଧ୍ୟରେ ସେ ଅଚେତ ହୋଇପଡ଼ିଥିବା ଅନୁମାନ କାରଯାଉଛି । ଘଟଣାସ୍ଥଳରେ ଆମ୍ବୁଲାନ୍ସ ମଧ୍ୟ ପ୍ରସ୍ତୁତ କରିରଖାଯାଇଛି।
ଭାରତ ଖବର ଆହୁରି ପଢ଼ନ୍ତୁ ।