ଅର୍ଗସ ବ୍ୟୁରୋ: ବିହାରର ଉପ ମୁଖ୍ୟମନ୍ତ୍ରୀ ତାରକିଶୋର ପ୍ରସାଦ ମହନୀୟ କାର୍ଯ୍ୟ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ସୂଚନାଯୋଗ୍ୟ, ବିହାରର ସମସ୍ତିପୁର ଜିଲ୍ଲାର କିଛି ତୀର୍ଥଯାତ୍ରୀ ଏକ ଗାଡିରେ ଯାଉଥିବା ସମୟରେ କେନ୍ଦୁଝରରେ ଗାଡିଟି ରାତ୍ର 2.30ରେ ହଠାତ ଖରାପ ହୋଇଯାଇଥିଲା। ସେମାନେ ରାତ୍ରିରେ ଏକ ଜଙ୍ଗଲରେ ଅଟକି ଯାଇଥିଲେ। ତେବେ ଏହାର ସୂଚନା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିବା ପରେ ସେ ସଙ୍ଗେସଙ୍ଗେ ବିହାରବାସୀଙ୍କୁ ସାହାଯ୍ୟ କରିଥିଲେ।
ତେବେ ଏ ନେଇ ବିହାରର ଉପ ମୁଖ୍ୟମନ୍ତ୍ରୀ ତାରକିଶୋର ପ୍ରସାଦ ଟ୍ଵିଟ କରିଛନ୍ତି। ସେ ଏହି ମହାନ କାର୍ଯ୍ୟ ପାଇଁ ଶ୍ରୀ ପ୍ରଧାନଙ୍କୁ କୃତଜ୍ଞତା ଜଣାଇବା ସହ ବିହାରବାସୀ ଏହି ସାହାଯ୍ୟକୁ ଚିର ଦିନ ପାଇଁ ମନେ ରଖିବେ ବୋଲି କହିଛନ୍ତି।
ଶ୍ରୀ ପ୍ରଧାନଙ୍କ ଏହି ମହନୀୟ କାର୍ଯ୍ୟ ପାଇଁ, ପ୍ରଭୁ ଜଗନ୍ନାଥଙ୍କ ତାଙ୍କୁ ସୁଖ, ଶାନ୍ତି, ସମୃଦ୍ଧତା, ଉତ୍ତମ ସ୍ୱାସ୍ଥ୍ୟ ଏବଂ ଜୀବନରେ ଖୁସି ଭରିଦିଅନ୍ତୁ ବୋଲି ତାରକିଶୋର ପ୍ରସାଦ କହିଛନ୍ତି।