ଏହି ଜାଂଚ ସମୟରେ କିଛି ନୂଆ କମ୍ପାନୀ ସମ୍ପର୍କରେ ମଧ୍ୟ ସୂଚନା ମିଳିଛି । ଏଥି ମଧ୍ୟରୁ ଏକ ମେମୋରିଆଲ ଟ୍ରଷ୍ଟ ସମ୍ପର୍କରେ ମଧ୍ୟ ସୂଚନା ମିଳିଛି ଯାହାର ଅଧ୍ୟକ୍ଷ ପାର୍ଥଙ୍କ ଝିଅ ବଲଲୀ ଚାଟାର୍ଜୀ ଅଛନ୍ତି ଓ ତାଙ୍କର ଜ୍ୱାଇଁ କଲ୍ୟାଣମୟ ଭଟ୍ଟାଚାର୍ଯ୍ୟ ଏହାର ଟ୍ରଷ୍ଟ ବୋର୍ଡର ସଦସ୍ୟ ଅଛନ୍ତି ।ଇଡି କୋର୍ଟରେ ଆହୁରି କହିଛି ଯେ ଏପରି ସମ୍ପତ୍ତି ବିଷୟରେ ମଧ୍ୟ ସୂଚନା ମିଳିଛି ଯେଉଁଥିରେ ଅତି କମରେ 30-40 କୋଟି ଟଙ୍କାର ସମ୍ପତ୍ତି ରହିଛି । ଏହାର ଅନୁପାତକୁ ଆଖି ରଖି ଇଡି ଏହି ମାମଲାରେ ଦୁର୍ନୀତିର ଆକଳନକୁ 100 କୋଟିରୁ ବଢାଇ 150 କୋଟି କରିଛି । ଅନ୍ୟ ପକ୍ଷରେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ପାର୍ଥ ଚାଟାର୍ଜୀ ଓ ଅର୍ପିତା ମୁଖାର୍ଜୀଙ୍କୁ କୋର୍ଟରେ ଭର୍ଚୁଆଲୀ ହାଜର କରାଯାଉଇଥିଲା। ପାର୍ଥ ପୁଣି ଥରେ କୋର୍ଟରେ ଜାମିନ ଆବେଦନ କରିଛନ୍ତି ।
କୋର୍ଟରେ ଇଡିର ଓକିଲ କହିଥିଲେ ଯେ ପାର୍ଥ ଚାଟାର୍ଜୀଙ୍କ ଲୁହ କଥା ନୁହେଁ ବରଂ ଶିକ୍ଷକ ଚାକିରୀ ପାଇଁ ଆବେଦନ କରିଥିବା ଯୁବକ ମାନଙ୍କର ଲୁହ କଛା ଚିନ୍ତା କରନ୍ତୁ । ଗତ ସେପ୍ଟେମ୍ବର ମାସ 14 ତାରିଖ ଦିନ କୋର୍ଟରେ ହାଜର ହୋଇ ନିଜର ଜାମିନ ଆବେଦନ କରିଥିଲେ ସେତେବେଳେ ସେ କୋର୍ଟରେ କାନ୍ଦିଥିଲେ । ପାର୍ଥ ଚାଟାର୍ଜୀ ମଧ୍ୟ ଏକ ସତ୍ୟପାଠ ଦାଖଲ କରି କହିଥିଲେ ଯେ ତାଙ୍କୁ କେହି ଷଡଯନ୍ତ୍ର କରି ଏହି ମାମଲାରେ ଫସାଇଛି । ତାଙ୍କ ବିରୁଦ୍ଧରେ ରାଜନୈତିକ ଷଡଯନ୍ତ୍ର ହୋଇଛି ।
ସେ କହିଥିଲେ ଯେ ମନ୍ତ୍ରୀ ହେବା ପୂ୍ର୍ବରୁ ସେ ବିରୋଧୀ ଦଳର ନେତା ମଧ୍ୟ ଥିଲେ । ଇଡି ମୋ ଘରେ 24 ଘଂଟା ଧରି ରେଡ କଲା । ହେଲେ କିଛି ପାଇ ନ ଥିଲା । ତେଣୁ ମୋତେ ଜାମିନ ଦିଆ ଯାଉ ଯଦ୍ବାରା ମୁଁ ଶାନ୍ତିରେ ବଂଚି ପାରିବି । ପାର୍ଥ ଆହୁରି କହିଥିଲେ ଯେ ସେ ବର୍ତମାନ ଯାଏ ସବୁବେଳେ ଇଡିକୁ ଜାଂଚରେ ସହଯୋଗ କରି ଆସିଛନ୍ତି । ଆଗାମୀ ଦିନରେ ମଧ୍ୟ କରିବେ ।ଗତ ଜୁଲାଇ ମାସ 23 ତାରିଖ ଓ 28 ତାରିଖ ଦିନ ଇଡି ପକ୍ଷରୁ ଅର୍ପିତାଙ୍କୁ ଦୁଇଟି ଫ୍ଲାଟ ଉପରେ ଚଢାଉ କରାଯାଇଥିଲା ।ଏହି ଚଢାଉ ବେଳେ ଇଡି 49 କୋଟି ଟଙ୍କାର ନଗଦ ଜବତ କରିଥିଲା।