ତେବେ ଏ ସମ୍ପର୍କରେ ଏକ ପ୍ରଶ୍ନ ତେଜସ୍ୱୀଙ୍କ ଭାଇ ଓ ବିହାରର ବନ ମନ୍ତ୍ରୀ ତେଜ ପ୍ରତାପଙ୍କୁ କରାଯିବାରୁ ସେ ଉତକ୍ଷିପ୍ତ ହୋଇ ପଡିଥିଲେ । ତେଜସ୍ୱୀଙ୍କ ଇସ୍ତଫା ପାଇଁ ବିରୋଧୀ ଦଳ ଦାବି କରୁଥିବା ସମ୍ପର୍କରେ ଏକ ପ୍ରଶ୍ନରେ ତେଜ ପ୍ରତାପ ଉତକ୍ଷିପ୍ତ ହୋଇ ପଡିବା ସହ କହିଥିଲେ ଯେ ଏହି ପୋଲକୁ ଭୁଷୁଡିବା ପଛରେ ବିଜେପି ରହିଛି ।
ତେଜ ପ୍ରତାପ କହିଛନ୍ତି ଯେ ବିଜେପିର ନେତା ମାନେ ପୋଲ ଭାଙ୍ଗିଥାନ୍ତି । ଆମେ ପୋଲ ତିଆରି କରିଥାଉ । ସେମାନେ ପୋଲ ଭାଙ୍ଗିଥାନ୍ତି । ଅନ୍ୟ ପକ୍ଷରେ ବରିଷ୍ଠ ବିଜେପି ନେତା ତଥା ବିଧାନସଭାରେ ବିରୋଧୀ ଦଳର ନେତା ବିଜୟ କୁମାର ସିହ୍ନା କହିଛନ୍ତି ଯେ ଏହି ନିର୍ମାଣାଧୀନ ପୋଲ ହିଁ ଭୁଷୁଡି ଗଙ୍ଗା ନଦୀରେ ପ୍ରବାହିତ ହୋଇ ନାହିଁ ବରଂ ନୀତିଶଙ୍କ ଦୁର୍ନୀତି ବିରୁଦ୍ଧରେ ଜିରୋ ଟଲରେନ୍ସ ନୀତି ଗଙ୍ଗା ନଦୀରେ ଜଳ ସମାଧି ନେଇ ସାରିଛି ।
ସେ କହିଛନ୍ତି ଯେ ନୀତିଶ କୁମାରଙ୍କ ତଥାକଥିତ ସୁଶାସନ ମଧ୍ୟରେ କେତେ ପରିମାଣରେ କୁଶାସନ ଭର୍ତି ହୋଇ ରହିଛି ତାରାର ଏହା ଏକ ବଳିଷ୍ଠ ପ୍ରମାଣ । ସେ କହିଛନ୍ତି ନୀତିଶ ଶାସନରେ ପ୍ରତ୍ୟେକ ବିଭାଗରେ ଓ ପ୍ରତ୍ୟେକ ସ୍ଥାନରେ ଦୁର୍ନୀତି ଭର୍ତି ହୋଇ ରହିଛି । ଏହାର ପରିଣାମ ସ୍ୱରୂପ ପୋଲ ବାରମ୍ବାର ଭୁଷୁଡିଛି । ମୁଖ୍ୟମନ୍ତ୍ରୀଙ୍କୁ ଏହାକୁ ନେଇ ଟିନ୍ତା କରିବା ଉଚିତ ନୁହେଁ । ତାଙ୍କୁ ଏହି ମାମଲାର ଜାଂଚ ସିବିଆଇ କିମ୍ବା ସିଟିଂ ଜଜ ଦ୍ୱାରା କରାଯିବାକୁ ନିର୍ଦେଶ ଦେବା ଉଚିତ । ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ଗତ ରବିବାର ଦିନ ବିହାରରେ ଗଙ୍ଗା ନଦୀ ଉପରେ ତିଆରି ହେଉଥିବା ପୋଲ ଭୁଷୁଡି ପଡିଥିଲା । ଏହି ପୋଲ 17 ଶହ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଉଥିଲା ।
ଭାଗଲପୁର ଏ ଖଗଡିଆ ଜିଲ୍ଲାକୁ ଯୋଡିବା ପାଇଁ ଅଗୱାନୀ ଓ ସୁଲତାନଗଂଜ ମଧ୍ୟରେ ନିର୍ମାଣ କରାଯାଉଥିଲା । ହେଲେ ରବିବାର ଦିନ ଆଖି ପିଛୁଳାକେ ଏହି ପୋଲ ଭୁଷୁଡି ପଡିଥିଲା । ଏହି ଦୁର୍ଘଟଣା ପରେ ପୋଲ ତିଆରି କରୁଥିବା କମ୍ପାନୀର ଜଣେ ସିକ୍ୟୁରିଟି ଗାର୍ଡ ମଧ୍ୟ ନିଖୋଜ ହୋଇଯାଇଥିଲେ ।
1700 କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଉଥିବା ଏହି ପୋଲକୁ ନୀତିଶ କୁମାରଙ୍କ ଡ୍ରିମ ପ୍ରଜେକ୍ଚ ବୋଲି ମନେ କରାଯାଇଥାଏ । ଏହି ନିର୍ମାଣାଧୀନ ପୋଲ ଏହା ପୂର୍ବରୁ ମଧ୍ୟ ଭୁଷୁଡି ସାରିଛି । ଗତ ବର୍ଷ ଏପ୍ରିଲ ମାସରେ ଏହି ପୋଲ ଭୁଷୁଡିଥିଲା । ତେବେ ବିହାରରେ ପୋଲ ଭୁଷୁଡିବା କିଛି ନୂଆ କଥା ନୁହେଁ । ଗତ ଗୋଟିଏ ବର୍ଷର କଥା ଦେଖିବା ତେବେ ଗତ ବର୍ଷକ ମଧ୍ୟରେ ସାତଟି ପୋଲ ଭୁଷୁଡି ସାରିଛି ।
ଅଧିକ ପଢନ୍ତୁ ଭାରତ ଖବର