ତେଜ ବାବୁ ନିଜର ସ୍ବତନ୍ତ୍ର ଶୈଳୀ ପାଇଁ ପ୍ରାୟତଃ ଚର୍ଚ୍ଚାର ପରିସରରେ ରହିଥାଆନ୍ତି। କିନ୍ତୁ ତାଙ୍କ ଅଜବ ସ୍ବପ୍ନ ଦର୍ଶନର କଥା ଏବେ ଭାରି ଚର୍ଚ୍ଚାରେ। ତେଜ ପ୍ରତାପ ଟୁଇଟ୍ କରି ଜଣାଇଛନ୍ତି କି ତାଙ୍କ ସ୍ବପ୍ନରେ କାଳେ କୃଷ୍ଣ ଆସିଥିଲେ। ଆପଣ ଏ କଥା ଶୁଣି ଆଚମ୍ବିତ ହୋଇ ପଡୁଥିବେ। କିନ୍ତୁ ପାଠକଙ୍କ ଶଙ୍କା ମୋଚନ ପାଇଁ ନିମ୍ନରେ ଆମେ ଟୁଇଟ୍ ସଂଲଗ୍ନ ଭିଡିଓଟି ମଧ୍ୟ ପୋଷ୍ଟ କରୁଛୁ।
विश्व रूप दर्शन योग मैं मुकुट से सुशोभित चक्र और गदा से सुसज्जित शस्त्रों के साथ सर्वत्र दीप्तिमान लोक के रूप में आपके रूप को देख रहा हूँ। इस चमचमाती अग्नि में आपके तेज को देख पाना कठिन है जो सभी दिशाओं से प्रस्फुटित होने वाले सूर्य के प्रकाश की भांति है। pic.twitter.com/tqcrkKH5Qo — Tej Pratap Yadav (@TejYadav14) March 22, 2023
ଏହି ଭିଡିଓରେ ତେଜ ବାବୁ ଶୋଇଥିବା ଅବସ୍ଥାରେ ନଜର ଆସୁଛନ୍ତି। ଆଉ ସ୍ବପ୍ନରେ ମହାଭାରତ ଯୁଦ୍ଧ ସମୟରେ ସେ ଭଗବାନ ବିଷ୍ଣୁଙ୍କ ବିଶାଳ ରୂପ ଦେଖିୁଛନ୍ତି। ସେ ସ୍ବପ୍ନରେ ଭଗବାନ ବିଷ୍ଣୁଙ୍କ ବିଶାଳ ରୂପ ଦେଖି ଚମକି ପଡ଼ି ନିଦରୁ ଉଠି ପଡ଼ିଛନ୍ତି। ତେଜ ପ୍ରତାପ ଟୁଇଟରରେ ଭିଡିଓ ସେୟାର କରି ଲେଖିଛନ୍ତି ‘ବିଶ୍ବ ରୂପ ଦର୍ଶନ ସମୟରେ ମୁକୁଟ ଓ ସୁଶୋଭିତ ଚକ୍ର, ଗଦାରେ ଆପଣଙ୍କୁ ଦେଖିଛି। କିନ୍ତୁ ଆପଣ ଚମକୁଥିବା ଅଗ୍ନି ଭଳି ଦୃଶ୍ୟମାନ ହେଉଥିଲେ। ଆପଣଙ୍କୁ ଦେଖିବା କଠିନ ଥିଲା।’
ଅଧିକ ଭାରତ ଖବର ପଢ଼ନ
ଆମେ ତ ଏଭିଓର ଅର୍ଥ ବୁଝିପାରୁନୁ। ଯଦି ଆପଣ ବୁଝନ୍ତି ତା ହେଲେ ଆମ ନ୍ୟୁଜ ପଢିଲା ପରେ ନିଜ ମତାମତରେ ଲେଖିବେ। କିଛିଦିନ ପୂର୍ବରୁ ତେଜ ପ୍ରତାପ ସାଇକେଲରେ ନିଜର କାର୍ଯ୍ୟାଳୟରେ ପହଞ୍ଚିଥିଲେ। କହିଥିଲେ ନେତାଜି ମୁଲାୟମ ସିଂହ ତାଙ୍କ ସ୍ବପ୍ନରେ ଆସିଥିଲେ। ତେଣୁ ସେ ସାଇକେଲ ଚଢି ପଳାଇ ଆସିଥିଲେ। ସେତେବଳେ ଏ କଥାକୁ ନେଇ ବେସ୍ ହାସ୍ୟରୋଳ ଓ ହଟଚମଟ ସୃଷ୍ଟି ହୋଇଥିଲା।