ପିଏମ୍ ପୋଷଣର ଦ୍ବିତୀୟ କିସ୍ତି
ତେଲେଙ୍ଗାନା ଗୃହମନ୍ତ୍ରୀ କରୋନା ପଜିଟିଭ୍ ଚିହ୍ନଟ
ହାଇଦ୍ରାବାଦ: ତେଲେଙ୍ଗାନା ଗୃହମନ୍ତ୍ରୀ ମହମ୍ମଦ ମାମୁଦ ଅଲି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରବିବାର ରାତିରେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ମହମ୍ମଦଙ୍କୁ ଭର୍ତ୍ତି କରାଯାଇଛି ।
ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଜୁନ 25ରେ ଶ୍ରୀଯୁକ୍ତ ଅଲି ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହରିଥା ହରାମରେ ବିଭିନ୍ନ ପୋଲିସ ଅଧିକାରୀଙ୍କ ସହ ଯୋଗ ଦେଇଥିଲେ ।
ତେଲେଙ୍ଗାନାର ପ୍ରଥମ ମନ୍ତ୍ରୀ ଅଲି ଯିଏକି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅଲିଙ୍କ ବ୍ୟତୀତ ତେଲଙ୍ଗାନାର ଶାସକ ଦଳର ଅନ୍ୟ 3 ବିଧାୟକ ମଧ୍ୟ କରୋନା ପଜିଟିଭ୍ ଥିବା ଜଣାପଡ଼ିଛି ।
Download Argus News App
