ଆତଙ୍କବାଦୀ ଅଲି ବାବର କହିଛି ଯେ ଦାରିଦ୍ର୍ୟତା ହେତୁ ତାକୁ ଅର୍ଥଲାଳସା ଦେଖାଇ ପ୍ରଲୋଭିତ କରାଯାଇଥିଲା । ଏହା ପରେ ସେ ଲଶ୍କର-ଇ-ତୋଇବା ରେ ଯୋଗଦେବାକୁ ଟଙ୍କା ଯଚା ଯାଇଥିଲା। ମା’ର ଚିକିତ୍ସା ପାଇଁ ଆତଙ୍କବାଦୀ ସଙ୍ଗଠନ 20 ହଜାର ଟଙ୍କା ଦେଇଥିଲେ। ଏହା ସହିତ 30 ହଜାର ଟଙ୍କା ଦେବାର ପ୍ରତିଶୃତି ମଧ୍ୟ ଦିଆଯାଇଥିଲା। ଅସ୍ତ୍ରଶସ୍ତ୍ର ପରିଚାଳନାରେ ତାଲିମ ଦେଇଥିଲା ପାକିସ୍ତାନୀ ସେନା।
ସୂଚନାମୁତାବ, ସେପ୍ଟେମ୍ବର ୧୮ରେ ଏଲଓସିରେ ତା’ର ଓ ୫ଜଣ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ବିଫଳ କରିଥିଲା ଭାରତୀୟ ସେନା । ସେନାର ସର୍ଚ୍ଚ ଅପରେସନରେ ୩ଜଣ ଆତଙ୍କୀ ପାକିସ୍ତାନ ଫେରି ଯାଇଥିବାବେଳେ ଅଲ୍ଲୀ ବାବର ଓ ଅନ୍ୟ ଜଣେ ଆତଙ୍କବାଦୀ ୧୦ଦିନ ଧରି ଉରିରେ ଥିବା ଏକ ନଳା ନିକଟରେ ଲୁଚି ରହିଥିଲେ । ସେପ୍ଟେମ୍ବର ୨୫ରେ ଲୁଚି ରହିଥିବା ଅନ୍ୟତମ ଆତଙ୍କବାଦୀକୁ ସେନା ନିହତ କରିଥିଲା ଓ ୨୬ ତାରିଖ ସକାଳେ ଭାରତୀୟ ସେନା ନିକଟରେ ଅଲ୍ଲୀ ବାବର ଆତ୍ମସର୍ମପଣ କରିଥିଲା ।