IFFI ର ନିର୍ଦ୍ଦେଶକ ପୃଥୁଲ କୁମାର ତାଙ୍କୁ ସ୍ବାଗତ କରିଥିଲେ। ୫୪ତମ ଫିଲ୍ମ ସମାରୋହରେ ଯୋଗ ଦେବା ପାଇଁ ଦେଶ ବିଦେଶରୁ ଅନେକ ସିନେ ପ୍ରେମୀ ଗୋଆ ପହଞ୍ଚିଥାନ୍ତି। ଭାରତ ଏବଂ ବିଦେଶର ଅନେକ ବଡ ଚଳଚିତ୍ର ନିର୍ମାତା ଏହି ସମାରୋହରେ ଯୋଗ ଦେବେ।
ଅଧିକ ପଢନ୍ତୁ ମନୋରଞ୍ଜନ ଖବର
ନୂଆଦିଲ୍ଲୀ: ଗୋଆରେ ୫୪ତମ ଅନ୍ତରାଷ୍ଟ୍ରୀୟ ଫିଲ୍ମ ମହୋତ୍ସୋବ ଆରମ୍ଭ ହୋଇଛି। ୨୧ ନଭେମ୍ବରରେ ଫିଲ୍ମ ମହୋତ୍ସୋବ ଉଦ୍ଘାଟନ କରିବା ପାଇଁ ଆଜି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଗୋଆ ରେ ପହଞ୍ଚିଛନ୍ତି।
IFFI ର ନିର୍ଦ୍ଦେଶକ ପୃଥୁଲ କୁମାର ତାଙ୍କୁ ସ୍ବାଗତ କରିଥିଲେ। ୫୪ତମ ଫିଲ୍ମ ସମାରୋହରେ ଯୋଗ ଦେବା ପାଇଁ ଦେଶ ବିଦେଶରୁ ଅନେକ ସିନେ ପ୍ରେମୀ ଗୋଆ ପହଞ୍ଚିଥାନ୍ତି। ଭାରତ ଏବଂ ବିଦେଶର ଅନେକ ବଡ ଚଳଚିତ୍ର ନିର୍ମାତା ଏହି ସମାରୋହରେ ଯୋଗ ଦେବେ।
ଅଧିକ ପଢନ୍ତୁ ମନୋରଞ୍ଜନ ଖବର
ଅର୍ଗସ ବ୍ୟୁରୋ: କଟକ ଐତିହାସିକ ବାଲିଯାତ୍ରା ଆଉ ଗୋଟିଏ ଦିନ ବଢିଲା । ଆଜି ସରିଥାନ୍ତା ବାଲିଯାତ୍ରା । ହେଲେ ବାଲିଯାତ୍ରା ଦିନଟିଏ ବଢାଇବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ଦୁଇ ଦିନ ବଢାଇବାକୁ ଅନୁରୋଧ କରିଥିଲେ ସିଏମସି ମେୟର । ଜନସାଧାରଣଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଦିନଟିଏ ବଢାଇବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।
କାର୍ତ୍ତିକ ପୂର୍ଣ୍ଣିମାଠୁ ଆରମ୍ଭ ହୋଇଥିବା ବାଲିଯାତ୍ରାର ଆଜି ଶେଷ ଦିନ ଥିଲା । ଗତକାଲି ଛୁଟି ବାର ଥିବାବେଳେ ପ୍ରବଳ ଭିଡ ହୋଇଥିଲା । ପାଖାପାଖି 10 ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ବାଲିଯାତ୍ରା ବୁଲିଥିଲେ ।
ବାଲିଯାତ୍ରାରେ ଭୂତ; ବିକଟାଳ ରଡି ସାଙ୍ଗକୁ ବଡ଼ ବଡ଼ ନଖ ଦେଖି ଲୋକେ ଛାନିଆ
ନୂଆପଡା: ଏଟିଏମ୍ ଭାଙ୍ଗି ୧୪ ଲକ୍ଷ ୮୦ ହଜାର ୫୦୦ ଟଙ୍କା ଲୁଟି ନେଲେ ଦୁବୃର୍ତ୍ତ। ନୂଆପଡା ଖଡିଆଳ ସହରର ମିଶନ ହସ୍ପିଟାଲ ଆଗରେ ଥିବା ଏସବିଆଇ ଏଟିମ୍ ରୁ ହୋଇଛି ଲୁଟ୍।
ଗ୍ୟାସ କଟରରେ ଏଟିଏମକୁ କାଟି ଦୁର୍ବୃତ୍ତ ଲୁଟିନେଇଥିଲେ ଲକ୍ଷ ଲକ୍ଷ ଟଙ୍କା। ଏନେଇ ଥାନାରେ ଅଭିଯୋଗ କରାଯିବା ପରେ ଖଡିଆଳ ପୋଲିସ୍ ଛାନଭିନ୍ ଆରମ୍ଭ କରିଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ବର୍ତ୍ତମାନ ବାତ୍ୟା ମିଚୋଁଗ୍ ପୁଡୁଚେରୀରୁ ପ୍ରାୟ ୨୧୦ ଓ ଚେନ୍ନାଇରୁ ୧୫୦ କିଲୋମିଟର ଦୂରରେ ରହିଛି । ସମୁଦ୍ର ମଧ୍ୟରେ ବଳ ଗୋଟାଇବା ସହ ଘଣ୍ଟାକୁ ପ୍ରାୟ ୮ କିଲୋମିଟର ବେଗରେ ଗତି କରୁଛି ବାତ୍ୟା 'ମିଚୋଁଗ୍' । ପ୍ରଭାବରେ ଗତକାଲିଠି ତାମିଲନାଡୁର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଚେନ୍ନାଇରେ ଜୋରରେ ପବନ ମଧ୍ୟ ବହିବା ଆରମ୍ଭ ହୋଇଗଲାଣି । ଫଳରେ ବଡ ବଡ ଗଛ ରାସ୍ତାରେ ଭାଙ୍ଗି ପଡିଥିବା ଦେଖିବାକୁ ମିଳୁଛି । ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ପାଣି । ବସ ଷ୍ଟପ୍, ରେଳଷ୍ଟେସନ ସବୁଠି ଜଳ ମଗ୍ନ । ସମୟ ଯେତେ ବଢୁଛି ଲୋକଙ୍କ ମନରେ ଛନକା ସେତେ ବଢୁଛି ।
କାଲି ମଧ୍ୟାହ୍ନ ସମୟରେ ଆନ୍ଧ୍ରର ନେଲୋର୍ ଓ ମଚ୍ଛଲିପଟ୍ଟନମ ମଧ୍ୟରେ ଲ୍ୟାଣ୍ଡଫଲ ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଓଡ଼ିଶାରେ ମଧ୍ୟ ରହିବ ବାତ୍ୟାର ପ୍ରଭାବ । ଆଜିଠୁ ବର୍ଷା ଆରମ୍ଭ ହେବ ଏବଂ ୫ ତାରିଖରେ ପ୍ରବଳ ବର୍ଷିବ । ୭ ତାରିଖ ଯାଏ ର୍ଷା ହେବାର ସମ୍ଭାବନା ରହିଛି । ତେବେ ବେଶି ପ୍ରଭାବିତ ହେବ ଦକ୍ଷିଣ ଓଡ଼ିଶା । ପବନର ଭୟ ନଥିଲେ ବି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।
ଚାଷ ନଷ୍ଟ ହେବାର ଆଶଙ୍କା ଥିବାରୁ କୃଷି ବିଭାଗ ପକ୍ଷରୁ ଚାଷୀଙ୍କୁ ସଚେତନ କରାଇଛି । ଧାର କରଜ କରି ଏକର ଏକର ଜମିରେ ଧାନ ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ । ସେପଟେ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ଅଛନ୍ତି NDRF ଟିମ୍ । ଓଡ଼ିଶା, ମଧ୍ୟପ୍ରଦେଶ, ତାମିଲନାଡୁ ଓ ପୁଡୁଚେରୀ ପାଇଁ ୧୮ଟି ଟିମ୍ ନିଯୁକ୍ତ କରାଯାଇଛି । ଆଉ ୧୦ଟି ଟିମକୁ ଆଲର୍ଟ ମୋଡରେ ରଖାଯାଇଛି ।
ସ୍ଥଳଭାଗକୁ ମାଡି ଆସୁଛି ବାତ୍ୟା 'ମିଚୋଁଗ୍' ; ୯୦ରୁ ୧୦୦ କିମି ବେଗରେ ବହିବ ପବନ