ଇଣ୍ଡିଆ ମୋବାଇଲ କଂଗ୍ରେସର ଜିଓ ପାଭିଲିଅନରେ ଏକ ରୋବୋଟିକ୍ସ ଆର୍ମ ମଧ୍ୟ ଦେଖିବାକୁ ମିଳିବ ଯାହା ଏକ୍ସ-ରେ ଓ ଅଲ୍ଟ୍ରାସାଉଣ୍ଡ୍ କରିବାରେ ସିଦ୍ଧହସ୍ତ । ଜିଓର ଟ୍ରୁ-୫ଜି ଜରିଆରେ ହଜାର ହଜାର କିଲୋମିଟର ଦୂରରେ ଥିବା ରେଡିଓଲୋଜିଷ୍ଟ କିମ୍ବା ସୋନୋଗ୍ରାଫର ତାହାକୁ ଅତି ସହଜରେ ପରିଚାଳନା କରିପାରିବେ । ଏହି ରୋବୋଟିକ୍ ଆର୍ମ ସହରରେ ଥିବା ରେଡିଓଲୋଜିଷ୍ଟଙ୍କୁ ସିଧାସଳଖ ଗ୍ରାମୀଣ ରୋଗୀଙ୍କ ସହ ଯୋଡ଼ିପାରିବ । ଏକ୍ସ-ରେ ଓ ଅଲ୍ଟ୍ରାସାଉଣ୍ଡ୍ ଭଳି ମୌଳିକ ମେଡିକାଲ୍ ଆବଶ୍ୟକତା ପାଇଁ ଗ୍ରାମାଞ୍ଚଳର ଲୋକମାନଙ୍କୁ ଆଉ ସହର ଆସିବାକୁ ପଡ଼ିବନି ଏବଂ ସେମାନେ ଘରେ ବସି ରିପୋର୍ଟ ହାସଲ କରିପାରିବେ ।
ରିଲାଏନ୍ସ ପକ୍ଷରୁ ଦୀପାବଳିରେ ୫ଜି ସେବାର ଶୁଭାରମ୍ଭ କରାଯିବ । ନିଜର ଟ୍ରୁ-୫ଜି ନେଟୱର୍କର ହାଇ-ସ୍ପିଡ୍ ଓ ଲୋ-ଲେଟେନ୍ସି ଜରିଆରେ ଜୀବନର ନିତିଦିନିଆ କାମରେ ଲାଗୁଥିବା ବହୁ ବୈଷୟିକ ସମାଧାନ ଉପରେ ମଧ୍ୟ ରିଲାଏନ୍ସ ଜିଓ କାର୍ଯ୍ୟ କରୁଛି । ସେଥି ମଧ୍ୟରୁ ଗୋଟିଏ ହେଉଛି ଜିଓ ୫ଜି ହେଲ୍ଥକେୟାର ଅଟୋମେସନ । କୋଭିଡ୍ ମହାମାରୀ ସମୟରେ ହସ୍ପିଟାଲ୍ର ଆଇସୋଲେସନ୍ ୱାର୍ଡରେ କିଛି ଆଗ ଧାଡ଼ିର କର୍ମୀଙ୍କୁ ଜୀବନ ହରାଇବାକୁ ପଡ଼ିଥିଲା । ରିଲାଏନ୍ସ ଜିଓ ଏଭଳି ରୋବୋଟ୍ ପ୍ରଯୁକ୍ତି ଉପରେ କାର୍ଯ୍ୟ କରୁଛି ଯାହା ସେହିଭଳି ଆଇସୋଲେସନ ୱାର୍ଡ ସହିତ ଅନ୍ୟ ରୋଗୀମାନଙ୍କ ପାଖରେ ଔଷଧ ଓ ଖାଦ୍ୟପାନୀୟ ପ୍ରଦାନ କରିବା କାର୍ଯ୍ୟ କରିପାରିବ ।
କ୍ଲାଉଡ୍ ଭିତିକ ୫ଜି ନିୟନ୍ତ୍ରିତ ରୋବଟ୍ଙ୍କ ବ୍ୟବହାର ଯୋଗୁଁ ତ୍ରୁଟିର କୌଣସି ଆଶଙ୍କା ହିଁ ରହିବ ନାହିଁ ବୋଲି କହିଲେ ଭୁଲ ହେବନାହିଁ । ରୋବଟ୍ ଫ୍ଲିଟ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ ଦ୍ୱାରା ରକ୍ଷଣାବେକ୍ଷଣ ଓ ସାନିଟାଇଜେସନ ମାନବମାନଙ୍କ ତୁଳନାରେ ଅଧିକ ସହଜ ହେବ ଏବଂ ସବୁଠୁ ବଡ଼ କଥା ହେଉଛି ଏହା ଦ୍ୱାରା ହଜାର ହଜାର ଆଗଧାଡ଼ିର କର୍ମୀ ଏବଂ ରୋଗୀଙ୍କ ଜୀବନ ରକ୍ଷା କରାଯାଇପାରିବ ।
ସ୍ଵାସ୍ଥ୍ୟ ଖବର ଆହୁରି ପଢନ୍ତୁ ।