ସେପଟେ 50 କିଲୋଗ୍ରାମ ଓଜନ ବର୍ଗରେ ମହିଳା ବକ୍ସର ନିଖତ୍ ଜରିନ୍ ମଧ୍ୟ ପଦକ ଦାବିଦାର ରହିଛନ୍ତି । ବିଶ୍ବ ଚାମ୍ପିଅନସିପ୍ ଓ କମନୱେଲଥ୍ ଗେମ୍ସର ଚାମ୍ପିଅନ ନିଖତ୍ ଜରିନ୍ ଚଳିତ ବର୍ଷ ପ୍ରଥମ ଥର ଏସୀୟା ଗେମ୍ସରେ ଭାଗ ନେଉଛନ୍ତି । ସେହିପରି ଭାରତୀୟ ପୁରୁଷ ହକି ଦଳ 2018ରେ ବ୍ରୋଞ୍ଜ ପଦକ ପାଇଥିବା ବେଳେ ଏଥର କିନ୍ତୁ ଜବରଦସ୍ତ ଫର୍ମରେ ଅଛି । ତେଣୁ ପୁରୁଷ ହକି ଟିମ୍ ଠାରୁ ସ୍ବର୍ଣ୍ଣ ପଦକ ଆଶା ରଖିଛି ଦେଶ । ଚଳିତ ବର୍ଷ ପ୍ରଥମ ଥର ପାଇଁ ଭାରତୀୟ ପୁରୁଷ ଓ ମହିଳା କ୍ରିକେଟ୍ ଟିମ୍ ଏସୀୟା ଗେମ୍ସରେ ଭାଗନେବେ । ତେବେ ଭାରତ ସିଧା ସଳଖ କ୍ବାର୍ଟର ଫାଇନାଲ ଖେଳିବ । ପୁରୁଷ ଦଳର ମଙ୍ଗ ସମ୍ଭାଳିବେ ଋତୁରାଜ ଗାଏକ୍ବାର୍ଡ ଏବଂ ମହିଳା ଟିମ୍ ର କ୍ୟାପଟେନ ହେବେ ସ୍ମୃତି ମାନ୍ଧନା । ମାତ୍ର ୩ଟି ମ୍ୟାଚ୍ ଜିତିଲେ ଉଭୟ ଟିମ୍ ସ୍ବର୍ଣ୍ଣ ପଦକ ହାସଲ କରିବ । ବ୍ୟାଡମିଣ୍ଟନରେ ମଧ୍ୟ ସ୍ବର୍ଣ୍ଣ ପଦକର ଆଶା ରଖିଛି ଭାରତ । ଦେଶର ଷ୍ଟାର ଯୋଡ଼ି ସତ୍ବିକସାଇରାଜ ଓ ରଙ୍କିରେଡି ଏବଂ ଚିରାଗ ସେଟ୍ଟୀଙ୍କ ଉପରେ ରହିଛି ଦେଶବାସୀଙ୍କ ଭରସା । ପୁରୁଷ ଡବଲ୍ସରେ ଏହା ହେଉଛି ବିଶ୍ବର 3 ନମ୍ବର ଯୋଡି ।
ଅଧିକ ପଢନ୍ତୁ କ୍ରୀଡା ଖବର