
ଅର୍ଗସ ବ୍ୟୁରୋ: ଜଣ୍ଟି ରୋଡସ୍ ଙ୍କ ବିପକ୍ଷରେ କ୍ରିକେଟ ଖେଳିବା ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଥିଲା ବୋଲି ଭାରତୀୟ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର କହିଛନ୍ତି । ବିଶ୍ୱର ଶ୍ରେଷ୍ଠ ଫିଲଡର ମାନଙ୍କ ମଧ୍ୟରୁ ଜଣେ କୁହାଯାଉଥିବା ଜଣ୍ଟି ରୋଡସ୍ ଗତକାଲି 51 ବର୍ଷରେ ପଦାର୍ପଣ କରିଛନ୍ତି । ତେବେ ତାଙ୍କ ଜନ୍ମଦିନରେ ସଚିନ ନିଜ ଟ୍ୱିଟରେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ତାଙ୍କ ବିପକ୍ଷରେ କ୍ରିକେଟ ଖେଳିବା ସବୁଠୁ ଚ୍ୟାଲେଞ୍ଜ ଥିଲା ବୋଲି କହିଛନ୍ତି ।
ବିଶେଷ କରି ଫ୍ଲାଇଙ୍ଗ ବାର୍ଡ଼ କୁହାଯାଉଥିବା ଜଣ୍ଟି ରୋଡସ୍ ଙ୍କ ଖେଳୁଥିବା ସମୟରେ ବ୍ୟାଟସମାନମାନେ ରନ ଚୋରେଇ ପାରନ୍ତି ନାହିଁ ।1992 ରୁ 2003 ଭିତରେ ରୋଡସ୍ ଦକ୍ଷିଣ ଆଫ୍ରିକା ପକ୍ଷରୁ 52 ଟି ଟେଷ୍ଟ, 245 ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ଏକଦିବସୀୟ ମ୍ୟାଚରେ ମଧ୍ୟ 139 ଟି କ୍ୟାଚ ଧରିଛନ୍ତି ଜଣ୍ଟି ରୋଡସ୍ । ସେ ମଧ୍ୟ ସଚିନ ଆଇପିଏଲରେ ଖେଳୁଥିବା ମୁମ୍ବାଇ ଇଂଡିଆନ୍ସ ଦଳର ଫିଲଡିଂଗ କୋଚ ଭାବେ କାର୍ଯ୍ୟ କରିଛନ୍ତି । ଜଣେ ଫିଲଡର ହିସାବରେ ଗୋଟିଏ ମ୍ୟାଚରେ ସର୍ବାଧିକ କ୍ୟାଚ ଧରିବାରେ ରେକର୍ଡ ତାଙ୍କ ନାମରେ ରହିଛି । ସେ ୱେଷ୍ଟ ଇଣ୍ଡିଜ ବିପକ୍ଷରେ 1993 ମସିହାରେ ଗୋଟିଏ ମ୍ୟାଚରେ 5ଟି କ୍ୟାଚ ଧରିଥିଲେ ।
