ନୂଆଦିଲ୍ଲୀ/ଭୁବନେଶ୍ୱର: ପୁରୀ ପ୍ରସଙ୍ଗରେ ବାଇ-ଲ ନେଇ ହୋଇଥିବା ନୋଟିସ କୁ ପ୍ରତ୍ୟହାର ପରେ କେନ୍ଦ୍ର ସଂକୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ଙ୍କୁ ଭେଟିଲେ ବିଜେପି ଟିମ ।
ପୁରୀ ରୁ ଆସିଥିବା ସେବାୟତ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୁରୀ ଏବଂ ବ୍ରହ୍ମଗିରି ବିଧାୟକ, ଜାତୀୟ ମୁଖାପାତ୍ର ସମ୍ବିତ ପାତ୍ର ପ୍ରମୁଖ ସଂସ୍କୃତି ମନ୍ତ୍ରୀଙ୍କ ଧନ୍ୟବାଦ ଜଣାଇଛନ୍ତି।
ପୁରୀ ପ୍ରସଙ୍ଗରେ ହୋଇଥିବା ପବ୍ଲିକ ନୋଟିସ ପ୍ରତ୍ୟାହାର ନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ କହିଛନ୍ତି ଯେ ଏହି ନୋଟିସକୁ ପ୍ରତ୍ୟାହାର କରାଯାଇଛି। ଦେଶର ସବୁ ମନ୍ଦିରର ରକ୍ଷଣାବେକ୍ଷଣ ନେଇ ବାଇ-ଲ ପ୍ରସ୍ତୁତ ହେଉଛି ରାଜ୍ୟ ସରକାର ମାନଙ୍କ ସହ ଆଲୋଚନା କରି ଏହା ପ୍ରସ୍ତୁତ କରାଯାଉଛି।
ପୁରୀରେ ଏହା କେବଳ ଏକ ପବ୍ଲିକ ନୋଟିସ ଥିଲା। କିନ୍ତୁ ରାଜ୍ୟ ସରକାର ଏହାକୁ ନେଇ ଏକ ଭ୍ରମ ସୃଷ୍ଟି କରିଥିଲେ। ସେଠରେ 100 ମିଟର ଅଞ୍ଚଳରେ ରାଜ୍ୟ ସରକାର ଲୋକଙ୍କୁ ବିସ୍ଥାପିତ କରିଛନ୍ତି ଆମେ ବିକାଶରେ ବାଧା ଦେଇନାହିଁ। ଲୋକଙ୍କୁ ସେଠରେ ସରକାର ଯାହା ପ୍ରତିଶୃତି ଦେଇଥିଲେ ପାଳନ କରନ୍ତୁ।
ଏହାସହ ମନ୍ତ୍ରୀ କହିଛନ୍ତି ପୁରୀରେ ବାଇ-ଲ ଲାଗୁ ହେବନି ସେଠରେ ଚଳନ୍ତି ପ୍ରତିମା ଅଛନ୍ତି ରହିବେ ମଧ୍ୟ, ଲିଙ୍ଗରାଜ ମନ୍ଦିରରେ ହୋଇଥିବା ପ୍ରସଙ୍ଗରେ ସେ କହିଲେ ଏହାକୁ ଅନୁଧ୍ୟାନ କରାଯାଉଛି। ଆମେ ଆଲୋଚନା କରି ନିସ୍ପତି ନେବୁ।