
ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀର ସେନାର ମିଶନ ଆତଙ୍କବାଦୀ ଅଲ ଆଉଟ ଚାଲିଥିବା ବେଳେ ପାକିସ୍ଥାନ ନୂଆ ରଣନୀତି ଅପଣାଉଛି। ଆତଙ୍କବାଦୀଙ୍କ ଗତି ବିଧିକୁ ସହଜ କରିବା ପାଇଁ ଏବଂ ସେମାନଙ୍କୁ ସେନାର ଗତିବିଧି ଉପରେ ସୂଚନା ଦେବା ପାଇଁ ସୀମାରେ ଵ୍ୟଵହାର କରୁଛି ଡ୍ରୋନ। ଆଜି ଜାମ୍ମୁ କଠୁଆ ଜିଲ୍ଲାର ଅନ୍ତର୍ଜାତୀୟ ସୀମାରେ ସୀମା ସୁରକ୍ଷା ବଳ (ବିଏସଏଫ) ପକ୍ଷରୁ ସକାଳ ପ୍ରାୟ 5:10ରେ ପାକର ଏକ ଗୁପ୍ତଚର ଡ୍ରୋନକୁ ଗୁଳି କରି ହତ୍ୟା ଖସାଇଛି। ବିଏସଏଫ ପାଟ୍ରୋଲିଂ କରୁଥିବା ବେଳେ ଡ୍ରୋନକୁ ହିରାନଗର ସେକ୍ଟରର ରାଥୁଆ ଅଞ୍ଚଳରେ ତଳକୁ ଖସାଇଛି।
ବିଏସଏଫ କର୍ମଚାରୀ ପାକିସ୍ତାନୀ ଡ୍ରୋନ ଉପରକୁ ଗୁଳି ଚଳାଇବା ପରେ ସେ ପଡିଆରେ ଖସି ପଡ଼ିଥିଲା। ସେଥିରୁ କିଛି ଯୁଦ୍ଧ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି। ପାକ୍ ରେଞ୍ଜର୍ସ ଏବଂ ପାକ ସେନା ଭାରତ ସୀମାରେ ଡ୍ରୋନ୍ ବ୍ୟବହାର କରି ଭାରତୀୟ ସୁରକ୍ଷା ବାହିନୀର ସ୍ଥିତି ବିଷୟରେ ସୂଚନା ସଂଗ୍ରହ କରି ଆତଙ୍କବାଦୀଙ୍କୁ ଭାରତ ପଠାଉଛି। ହିରାନଗର କ୍ଷେତ୍ରରେ ସର୍ବଦା ପାକିସ୍ତାନରୁ ଆତଙ୍କବାଦୀ ଅନୁପ୍ରବେଶ କରୁଥିବା ଦେଖିବାକୁ ମିଳୁଛି।
