ଗ୍ରାମାଞ୍ଚଳରେ ଖର୍ଚ୍ଚ ପାଇଁ ଅନୁଦାନ ମଞ୍ଜୁର କଲା କେନ୍ଦ୍ର ଅର୍ଥ ବିଭାଗ । ୨୫ଟି ରାଜ୍ୟ ପାଇଁ ମୋଟ ୮,୯୨୩.୮ କୋଟିର ଅନୁଦାନ ମଞ୍ଜୁର କରାଯାଇଛି । ଆନ୍ଧ୍ରକୁ ୩୮୭.୯ କୋଟି, ଆସାମକୁ ୨୩୭.୨ କୋଟି, ପଶ୍ଚିମବଙ୍ଗକୁ ୬୫୨.୨ କୋଟି, ବିହାରକୁ ୭୪୧.୮ କୋଟିର ଅନୁଦାନ ମିଳିଛି । ଉତ୍ତର ପ୍ରଦେଶକୁ ସର୍ବାଧିକ ୧୪୪୧.୬ କୋଟି ଓ ଛତିଶଗଡ଼କୁ ୨୧୫ କୋଟିର ଅନୁଦାନ ।
କୋଭିଡ୍ ମୁକାବିଲା ପାଇଁ ୨୫ଟି ରାଜ୍ୟକୁ କେନ୍ଦ୍ରର ଆର୍ଥିକ ସହାୟତା

ନୂଆଦିଲ୍ଲୀ/ ଭୁବନେଶ୍ୱର: କୋଭିଡ ପରିସ୍ଥିତିରେ ରାଜ୍ୟ ମାନଙ୍କୁ କେନ୍ଦ୍ର ସରକାରଙ୍କ ଆର୍ଥିକ ସହାୟତା । ଓଡିଶାକୁ ମିଳିଲା 333.8 କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା । ୨୫ଟି ରାଜ୍ୟକୁ ୮ ହଜାର ୯୨୩. ୮ କୋଟି ଟଙ୍କା ପ୍ରଦାନ କରାଯାଇଛି । କୋଭିଡ୍ ମୁକାବିଲା ପାଇଁ ଏହି ଅର୍ଥ ବ୍ୟବହାର କରାଯାଇପାରିବ ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
Download Argus News App
