୨ ନଭେମ୍ବର ରାଜ୍ୟ ଶୋକ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପଟେଲ ଟ୍ୱିଟ୍ କରିଛନ୍ତି। ରାଜ୍ୟରେ ଜାତୀୟପତାକା ଅର୍ଦ୍ଧନିର୍ମିତ ରହିବ ଓ କୌଣସି ସରକାରୀ ସମାରୋହ ଅନୁଷ୍ଠିତ ହେବ ନାହିଁ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ୍ରେ ଉଲ୍ଲେଖ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଗୁଜରାଟ ଗସ୍ତରେ ଅଛନ୍ତି। ଏହି ଗସ୍ତ କାଳରେ ଗାନ୍ଧିନଗର ରାଜଭବନରେ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା। ଏଥିରେ ରାଜ୍ୟ ଶୋକ କାଳରେ କୌଣସି ସରକାରୀ ଉତ୍ସବ ଅଥବା ମନୋରଞ୍ଜନ କାର୍ଯ୍ୟକ୍ରମ ହେବ ନାହିଁ ବୋଲି ନିଷ୍ପତ୍ତି ହୋଇଛି।