ପୃଥିବୀର ସାଧାରଣ ତାପମାତ୍ରା 15 ଡିଗ୍ରୀ ଥିବା ବେଳେ 100 ବର୍ଷ ମଧ୍ୟରେ ଏହା 1 ଡିଗ୍ରୀ ବୃଦ୍ଧି ହୋଇଛି। ଯାହା ଫଳରେ 7 ପ୍ରତିଶତ ଜଲୀୟବାଷ୍ପ ବୃଦ୍ଧି ପାଇଛି। ଏହା ଫଳରେ ବାତ୍ୟା ଏବଂ ଅଦିନିଆ ବର୍ଷା ସ୍ଥିତି ଉତ୍କଟ ହେବାରେ ଲାଗିଛି। ଆଉ ଶୀତର ପ୍ରକୋପ ହ୍ରାସ ପାଉଛି। ଆଉ ଇଏ ହେଉଛି ଜଳବାୟୁ ପରିବର୍ତ୍ତନର ପ୍ରଭାବ, ସମୁଦ୍ର ଆଁରେ ଗଞ୍ଜାମ ଜିଲ୍ଲାର ଅନେକ ଗାଁ। କିଛି ଗାଁ ତ ସମୁଦ୍ର ଭିତରେ ଲୀନ ହୋଇସାରିଛି। ଅସ୍ତରଙ୍ଗ ଆଉ କୋଣାର୍କବାସୀଙ୍କୁ ପଚାରିଲେ କହିବେ ସମୁଦ୍ରର ଗର୍ଜନ କେତେ ଭୟାଭହ। କେବେ କେବେ ସମୁଦ୍ର କୂଳଲଙ୍ଘି ଚାଷ ଜମି ଖାଇଯାଏ।
ଇଏ ଚିତ୍ର ହେଉଛି ବାହାନଗା ବ୍ଲକର। ବୋଧହୁଏ ଆଉ କିଛି ବର୍ଷ ଗଲେ ଅନେକ ଗାଁର ଅସ୍ତିତ୍ୱ ନଥିବ। ସେପଟେ ମୁମ୍ୱାଇ, ପାରାଦୀପ ଭଳି ଅନେକ ସହର କିଛି ବର୍ଷ ପରେ ସମୁଦ୍ର ଗର୍ଭ ଥିବାର ଆକଳନ କରିଛନ୍ତି ଜୟବାୟୁ ବିଶେଷଜ୍ଞ। 1950 ମହିସାରେ ବିଶ୍ୱ ପାଣିପାଗ ସଂସ୍ଥାର ସ୍ଥାପନ ହୋଇଥିଲା। ପ୍ରତିବର୍ଷ ମାର୍ଚ୍ଚ ୨୩ ତାରିଖକୁ ବିଶ୍ୱ ଜଳବାୟୁ ଦିବସ ରୂପେ ପାଳନ କରାଯାଏ। ଏହି ଦିବସର ଲକ୍ଷ୍ୟହେଲା। ପାଣିପାଗ ଏବଂ ଜଳବାୟୁ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା
ଅଧିକ ପଢ଼ନ୍ତୁ ଦେଶ ଖବର: