ଅଧିକ ପଢନ୍ତୁ ଓଡ଼ିଶା ଖବର
ଓଡ଼ିଶାର ସୀମା ଡେଇଁ ଏହାର ଧୁନ୍ ଶ୍ରୋତାଙ୍କୁ ମତୁଆଲା କରିଛି । ଗୀତର ଅର୍ଥ ବୁଝୁନଥିବା ଲୋକେ ବି ଗୀତର ଧୁନରେ ମନ୍ତ୍ରମୁଗ୍ଧ ବନିଛନ୍ତି । ଥରେ ଚିନ୍ତା କରନ୍ତୁ କୌଣସି ଗୀତକୁ ଏତେ ସଫଳତା ମିଳିବା କଣ ସାମାନ୍ୟ କଥା । ସେଇଥିପାଇଁ ତ ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଜାତୀୟ ଶିକ୍ଷାନୀତି ସମ୍ପର୍କିତ କର୍ମଶାଳାରେ ଯୋଗଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି ରଙ୍ଗବତୀ ସମ୍ପର୍କରେ ଗବେଷଣାର ଆବଶ୍ୟକତା ରହିଛି । ସତେ ଯେମିତି ଲୋକଙ୍କ ମନର କଥା କହିଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଧର୍ମେନ୍ଦ୍ରଙ୍କ ଏ ଘୋଷଣା ପରେ ସାରା ପଶ୍ଚିମ ଓଡ଼ିଶା ଉତ୍ସାହିତ । ସମସ୍ତେ ଏ ଘୋଷଣାରେ ଅଭିଭୁତ । ଆଉ ହୃଦୟରୁ କରିଛନ୍ତି ସ୍ବାଗତ ।
ବୋଧହୁଏ ଏପରି କୌଣସି ଭାରତୀୟ ସଙ୍ଗୀତ ଥିବା ଯାହା ସହ ଜଡ଼ିତ ୩ ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଇଥିବ । ରଙ୍ଗବତୀ ସେ ଦୃଷ୍ଟିରୁ ମଧ୍ୟ ସ୍ବତନ୍ତ୍ର । ରଙ୍ଗବତୀର ଗୀତିକାର ମିତ୍ରଭାନୁ ଗୌନ୍ତିଆ ଏବଂ କଣ୍ଠଶିଳ୍ପୀ ଜୀତେନ୍ଦ୍ର ହରିପାଲ ଓ କ୍ରିଷ୍ଣା ପଟେଲଙ୍କୁ ମୋଦି ସରକାର ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଛନ୍ତି । ରଙ୍ଗବତୀ ଉପରେ ଗବେଷଣା କରାଯିବା ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଘୋଷଣା ସିଧା ଏହି ଗୀତକୁ ଭଲ ପାଉଥିବା ପ୍ରତିଟି ଶ୍ରୋତାର ଆବେଗକୁ ଛୁଇଁଛି । ଏବେ ମନସ୍ତତ୍ବ ବିଭାଗର ଛାତ୍ର ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବିଦ୍ୟାର୍ଥୀ ଏକାଠି ମିଶି କରିବେ ଗବେଷଣା । ଏଥିପାଇଁ ଆର୍ଥିକ ସାହାଯ୍ୟ ଯୋଗାଇଦେବ ୟୁଜିସି । ଯାହା ଓଡ଼ଆ ଭାବାବେଗର ନୂଆ ଦିଗନ୍ତର ଆବିଷ୍କାର କରିବ ବୋଲି ଆଶା କରାଯାଉଛି ।