ହେଲେ ଆମେ ସବୁବେଳେ ଏହାକୁ ବ୍ୟବହାର କରୁଛୁ । ଏହି ଆପ୍ ଗୁଡିକୁ ଆଧିକରୁ ଅଧିକ ପପୁଲାର୍ କରୁଛୁ । ହେଲେ ଆପଣ କେବେ ଏଥିରୁ କିଛି ଭୂଲ୍ ବାହାର କରିବାକୁ ଚେଷ୍ଟା କରିଛନ୍ତି କି । ଭାବିଛନ୍ତି କି ଏହି ଆପ୍ ରେ କିଛି ଭୂଲ୍ ଥିବ ।
କିନ୍ତୁ ଜୟପୁରର ନିରଜ ଶର୍ମା ନାମକ ଏହି ଯୁବକ ଜଣଙ୍କ ଇନଷ୍ଟାଗ୍ରାମ୍ ରୁ ଭୂଲ୍ ବାହାର କରିଛନ୍ତି । ଆଉ ଯେଉଁଥିପାଇଁ ଇନଷ୍ଟାଗ୍ରାମ୍ ତାଙ୍କୁ ପୁରସ୍କାର ଦେଇଛି । ହଜାର..ଦୁଇ ହଜାର ନୁହେଁ ପୁରା 38 ଲକ୍ଷ ଟଙ୍କା ଦେଇ ପୁରସ୍କୃତ କରିଛି ଇନଷ୍ଟାଗ୍ରାମ୍ ।
ଆପଣ ଭାବୁଥିବେ ଇନଷ୍ଟାଗ୍ରାମ୍ ରୁ ଏମିତି କେଉଁ ଭୂଲ୍ କାଢିଛନ୍ତି ନିରଜ ଯେଉଁଥିପାଇଁ ତାଙ୍କୁ କମ୍ପାନୀ ଏତେ ଟଙ୍କା ଦେଇଛି ।
ସୋସିଆଲ ମିଡିଆ ଆକାଉଣ୍ଟକୁ କୋଟି କୋଟି ଲୋକଙ୍କୁ ହ୍ୟାକରୁ ରକ୍ଷା କରିଛନ୍ତି ନିରଜ । ବାସ୍ତବରେ ନୀରଜ ଶର୍ମା ଇନଷ୍ଟାଗ୍ରାମରେ ଏକ ତ୍ରୁଟି ପାଇଲେ । ସେହି ତ୍ରୁଟି ହେତୁ, ଲଗ୍ଇନ୍ ଏବଂ ପାସୱାର୍ଡ ବିନା ଯେକୌଣସି ବ୍ୟବହାରକାରୀଙ୍କ ଆକାଉଣ୍ଟରେ ଥମନେଲ୍ ଗୁଡିକ ପରିବର୍ତ୍ତନ କରାଯାଇପାରିବ ।
ମାର୍କ ଜୁକରବର୍ଗ ଏବଂ ଲକ୍ଷ ଲକ୍ଷ ଲୋକଙ୍କ ଆକାଉଣ୍ଟ ମଧ୍ୟ ଏହା ଦ୍ୱାରା ପରିବର୍ତ୍ତନ କରାଯାଇପାରିବ । ପାସୱାର୍ଡ ଯେତେ ଷ୍ଟ୍ରଙ୍ଗ୍ ହେଲେ ବି ହ୍ୟାକ ହେବା ସୁନିଷ୍ଚିତ ବୋଲି ସେ ଜାଣିବାକୁ ପାଇଲେ । ଏହା ପରେ ସେ ସଙ୍ଗେ ସଙ୍ଗେ ଫେସବୁକକୁ ଇନଷ୍ଟାଗ୍ରାମ୍ ର ଏହି ଭୂଲ୍ ବିଷୟରେ ମେଲ୍ କରିଥିଲେ । ତିନି ଦିନ ପରେ ତାଙ୍କ ତରଫରୁ ଉତ୍ତର ଆସିଥିଲା । ସେମାନେ ତାଙ୍କୁ ଏକ ଡେମୋ ଦେଖାଇବା ପାଇଁ କହିଥିଲେ । 5 ମିନିଟ୍ ରେ ସେ ଥମନେଲ୍ ଚେଞ୍ଜ କରି ଦେଖାଇଥିଲେ ।
ଏହାପରେ ତାଙ୍କୁ 38 ଲକ୍ଷ ଟଙ୍କା ପୁରସ୍କାର ଦେବାକୁ ମେଲ୍ କରିଥିଲା ଇନଷ୍ଟାଗ୍ରାମ୍ । ଏବଂ ତାଙ୍କ କାର୍ଯ୍ୟକୁ ଖୁବ ପ୍ରଶଂସା ମଧ୍ୟ କରାଯାଇଥିଲା ।