ଏଥିରେ ଯୋଗ ଦେଇଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ । କାର୍ଯ୍ୟକ୍ରମରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଓ ମନ୍ତ୍ରଣାଳୟର ଅନ୍ୟ ବରିଷ୍ଟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ । ଉପସ୍ଥିତ ସମସ୍ତଙ୍କୁ ନିଜ ହାତରେ ହାଲଓ୍ବା ପରଷିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ । ୨୦୨୨ରେ କୋଭିଡ୍ ପାଇଁ ହାଲଓ୍ବା ଉତ୍ସବ ସ୍ଥଗିତ ରହିଥିଲା । ପୁଣି ଚଳିତ ବର୍ଷ ଫେରିଛି ଏହି ଉତ୍ସବ ।
ଏବେ ଡିଜିଟାଲ ବ୍ୟବସ୍ଥା ପ୍ରଚଳିତ ଥିଲେ ମଧ୍ୟ ପୂର୍ବରୁ ବଜେଟ୍ ସମ୍ପର୍କିତ କାଗଜପତ୍ର ମୁଦ୍ରଣ ଆରମ୍ଭର ପ୍ରତୀକ ସ୍ବରୂପ ଏହି ଉତ୍ସବ ଅନୁଷ୍ଠିତ ହୋଇଆସୁଛି । ଆମ ସଂସ୍କୃତିରେ କୌଣସି ଭଲ ତଥା ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ପାଇଁ ମିଠା ଖାଇବାର ଆଉ ଖୁଆଇବାର ପରମ୍ପରା ପ୍ରଚଳିତ ରହିଛି । ଏହି ପରମ୍ପରାକୁ ବଜେଟ୍ ମୁଦ୍ରଣ କ୍ଷେତ୍ରରେ ମଧ୍ୟ ଅନୁସରଣ କରା ଯାଇଥାଏ । ବଜେଟ୍ ପ୍ରସ୍ତୁତି ପରେ ମୁଦ୍ରଣକୁ ଯିବା ପୂର୍ବରୁ ଅନୂଷ୍ଠିତ ହୋଇଥାଏ ଏହି ଉତ୍ସବ ।
ପ୍ରତିବର୍ଷ ନର୍ଥ ବ୍ଲକ୍ ବେସମେଣ୍ଟ୍ରେ ଅନୁଷ୍ଠିତ ହୁଏ ଏହି ଉତ୍ସବ । କାରଣ ବେସମେଣ୍ଟରେ ପ୍ରିଣ୍ଟିଂ କାର୍ଯ୍ୟ ପାଇଁ ଏକ ସ୍ବତନ୍ତ୍ର ପ୍ରିଣ୍ଟିଂ ପ୍ରେସ୍ ରହିଛି । ୧୯୫୦ ପର୍ଯ୍ୟନ୍ତ ବଜେଟ୍ ମୁଦ୍ରଣ କାର୍ଯ୍ୟ ରାଷ୍ଟ୍ରପତି ଭବନରେ ହେଉଥିଲା ମାତ୍ର ଉପସ୍ଥାପନ ପୂର୍ବରୁ ଏକଦା କିଛି ତଥ୍ୟ ଲିକ୍ ହେବାଯୋଗଁ ଏହାକୁ ନୂଆ ଦିଲ୍ଲୀର ମିଣ୍ଟୋ ରୋଡ୍ ରେ ଥିବା ପ୍ରେସକୁ ସ୍ଥାନାନ୍ତରିତ କରା ଯାଇଥିଲା । ତେବେ ସୁବିଧା ଦୃଷ୍ଟିରୁ ପରେ ବଜେଟ୍ ର ମୁଦ୍ରଣ ସ୍ଥାୟୀ ଭାବରେ ଅର୍ଥ ମନ୍ତ୍ରଣାଳୟର ନର୍ଥ ବ୍ଲକ୍ ବେସମେଣ୍ଟରେ ଥିବା ସ୍ବତନ୍ତ୍ର ଛାପାଖାନାରେ ହୋଇଆସୁଛି ।
ବଜେଟ୍ ଛପାହେବା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏହି କାମ ସହିତ ସମ୍ପ୍ୟକ୍ତ କର୍ମଚାରୀ ଓ ଅଧିକାରୀ ଏହି ବେସମେଣ୍ଟରେ ରୁହନ୍ତି । ଅନ୍ୟମାନଙ୍କ ସହ କୌଣସି ପ୍ରକାର ଯୋଗାଯୋଗର ସମ୍ଭାବନା ନଥାଏ । ବଜେଟର ଗୋପନୀୟତା ରକ୍ଷା ପାଇଁ ଷ୍ଟାଫ୍ମାନଙ୍କୁ ନର୍ଥବ୍ଲକ୍ ପରିସର ବାହାରକୁ ଯିବା ଉପରେ କଟକଣା ରହିଥାଏ । ଏପରିକି କର୍ମଚାରୀମାନେ ନିଜ ପରିବାର ଲୋକଙ୍କ ସହ କଥହେବାକୁ ଅନୁମତି ନଥାଏ । ପ୍ରାୟ ୧୦୦ ଜଣ କର୍ମଚାରୀ ଏହି କାର୍ଯ୍ୟରେ ସମ୍ପୃକ୍ତ ରହିଥାନ୍ତି । ଏହା ଫଳରେ ସମ୍ପୂର୍ଣ୍ଣ ଗୋପନୀୟତାର ସହ ସମ୍ପାଦନ ହୁଏ ବଜେଟର ଛପାକାର୍ଯ୍ୟ ।
ତେବେ ବିଗତ ୨ ବର୍ଷ ହେବ ସଂସଦରେ ଉପସ୍ଥାପିତ ହୋଇ ଆସୁଛି ପେପରଲେସ୍ ବଜେଟ୍ । ଚଳିତ ବର୍ଷ ମଧ୍ୟ ଏହା ପେପରଲେସ୍ ଭାବରେ ଉପସ୍ଥାପିତ ହେବ । କେବଳ ପରମ୍ପରା ଓ ବିଧି ରକ୍ଷା ସହିତ ଗୋପନୀୟତା ଦୃଷ୍ଟିରୁ ଏସବୁ ପାଳନ କରାଯାଉଥିବାର ଜଣାପଡ଼ିଛି।
ଭାରତ ଖବର ଆହୁରି ପଢନ୍ତୁ