ଦିନକୁ ସିଙ୍ଗଡ଼ା ବିକ୍ରି କରି ୧୨ଲକ୍ଷ ଟଙ୍କା ଇନକମ ହେଉଛି। ଏଥିପାଇଁ ତାଙ୍କୁ ଅଦମ୍ୟ ପରିଶ୍ରମ କରିବାକୁ ପଡ଼ିଥିଲା। ବହୁତ କଷ୍ଟ କରିବାପରେ ଆଜି ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି।
ଗରମା ଗରମ ସମୋସା କହିଲେ ସମସ୍ତଙ୍କ ମୁହଁରୁ ପାଣି ଆସିଯାଏ। ଧନୀଠୁ ନେଇ ଗରିବ ପର୍ଯ୍ୟନ୍ତ ସମସ୍ତେ ସିଙ୍ଗଡ଼ାର ଫ୍ୟାନ। ସନ୍ଧ୍ୟା ହେଲେ ଟିଫିନରେ ସିଙ୍ଗଡ଼ା ଭାରି ଖୋଜା ପଡ଼େ। ସ୍ବାମୀ ସ୍ତ୍ରୀ ପରିଶ୍ରମ କରି ଏକ ଛୋଟ ଦୋକାନରୁ ଆଜି ଏକ ବଡ଼ ବିଜନେସ ଠିଆ କରିବାରେ ସଫଳ ହୋଇପାରିଛନ୍ତି। ନିଧି ଏବଂ ଶିଖରବୀରଙ୍କ ଦୋକାନ ନାଁ ହେଲା `ସମୋସା ସିଂ’। ମାସକୁ ପ୍ରାୟ ୩୦୦୦୦ ସିଙ୍ଗଡା ବିକ୍ରି ହେଉଛି। ସିଙ୍ଗଡା ଦେଇଛି ପରିଚୟ। ବେଙ୍ଗାଲୁରୁ ଛଡ଼ା ମୁମ୍ବାଇ, ଦିଲ୍ଲୀ ସମେତ ଅନେକ ସହରରେ ସମୋସା ସିଂର ଆଉଟଲେଟ ରହିଛି। ପ୍ରଥମେ ପ୍ରଥମେ `ସମୋସା ସିଂ’ ପାଇଁ ଉଭୟଙ୍କୁ ବହୁ କଷ୍ଟ କରିବାକୁ ପଡ଼ିଥିଲା। କଠିନ ପରିଶ୍ରମ ଏବେ ସଫଳ ହୋଇଛି। ଲୋକେ `ସମୋସା ସିଂ’ର ସିଙ୍ଗଡ଼ାକୁ ଖୋଜି ଖୋଜି ଘରକୁ ନେଇଯାଆନ୍ତି।
ସିଙ୍ଗଡ଼ା ଦୋକାନ କରିବା ପଛରେ ରହିଛି ଏକ କାହାଣୀ ଦୁହେଁ ଉଚ୍ଚ ଶିକ୍ଷିତ। ଭଲ ଜାଗାରେ ଭଲ ପ୍ୟାକେଜରେ ଚାକିରି ମଧ୍ୟ କରୁଥିଲେ। କିନ୍ତୁ ନିଧି ଚାହୁଁଥିଲେ ନିଜର କିଛି ବିଜନେସ କରିବାକୂ। ଥରେ ଏକ ଦୋକାନରେ ବସିଥିବାବେଳେ ଜଣେଛୋଟ ପିଲା ସିଙ୍ଗଡ଼ା ଖାଇବାକୁ କାନ୍ଦୁଥିଲା। କାନ୍ଦିବାର ଦେଖି ନିଧିଙ୍କ ମୁଣ୍ଡକୁ ସିଙ୍ଗଡ଼ା ବିକ୍ରି କରିବାର ଉପାୟ ଆସିଥିଲା। ଆଉ ଏହାକୁ ସେ ସଫଳ କରିବାକୁ ଅଣ୍ଟାଭିଡ଼ିଥିଲେ। ସ୍ବାମୀ ସ୍ତ୍ରୀ ଉଭୟ ମିଶି ସିଙ୍ଗଡ଼ହା ଦୋକାନ କରିଥିଲେ। ସେଥିପାଇଁ ନିଧି ୩୦ଲକ୍ଷ ପ୍ୟାକେଜର ଚାକିରି ଛାଡ଼ି ଦେଇଥିଲେ। ଦୋକାନ କରିବାକୁ ୮୦ଲକ୍ଷ ଟଙ୍କାର ଘରକୁ ମଧ୍ୟ ବିକ୍ରି କରିଦେଇଥିଲେ। ଆଜି `ସମୋସା ସିଂ’ ବଡ଼ ବଡ଼ ସହରରେ ଭାରି ପରିଚିତ।
ଅଧିକ ଭାରତ ଖବର ପଢ଼ନ୍ତୁ