ଅଧିକ ପଢନ୍ତୁ : ଅନନ୍ତ ଅମ୍ବାନୀଙ୍କ ନିର୍ବନ୍ଧ
ଏଠାରେ ସମସ୍ତ କଳା ଓ କଳାକାରଙ୍କୁ ସ୍ୱାଗତ କରୁଛୁ । ଏଠାରେ ଛୋଟ ସହର ଏବଂ ଦୂରଦୂରାନ୍ତ ଅଂଚଳର ଯୁବକଯୁବତୀମାନଙ୍କୁ ସେମାନଙ୍କ କଳା ପ୍ରଦର୍ଶନ କରିବାର ସୁଯୋଗ ମିଳିବ । ମୁଁ ଆଶା କରୁଛି ଯେ ଦୁନିଆର ଶ୍ରେଷ୍ଠ ସୋ’ ଏହିଠାରେ ଆୟୋଜିତ ହେବ ।’’ ମୁକେଶ ଅମ୍ବାନି କହିଛନ୍ତି ଯେ ମୁମ୍ବାଇ ସମେତ ସାରା ଦେଶ ପାଇଁ ଏହି କଲଚରାଲ୍ ସେଂଟର ସବୁଠୁ ବଡ଼ କେନ୍ଦ୍ର ଭାବେ ଉଭା ହେବ । ଏଠାରେ ବଡ଼ ସୋ’ ଆୟୋଜନ କରାଯାଇପାରିବ । ମୁଁ ଆଶା କରୁଛି ଯେ ଭାରତୀୟ କଳାକାରମାନେ ନିଜ କଳାତ୍ମକ ଭାବ ସହ ମୌଳିକ ବା ଅରିଜିନାଲ୍ ସୋ’ ପ୍ରସ୍ତୁତ କରିପାରିବେ ।
ଏହି ଅବସରରେ ଭାରତରତ୍ନ ସଚିନ ତେନ୍ଦୁଲକର, ଅଲିମ୍ପିକ ପଦକ ବିଜେତା ଅଭିନବ ବିନ୍ଦ୍ରା, ଲନ୍ ଟେନିସ୍ ତାରକା ସାନିଆ ମିର୍ଜା, କ୍ରୀଡ଼ାବିତ ଦୀପା ମଲ୍ଲିକ କଲଚରାଲ୍ ସେଂଟରରେ ଉପସ୍ଥିତ ରହି କଳାକାରମାନଙ୍କୁ ଉତ୍ସାହିତ କରିଥିଲେ । ସୁପରଷ୍ଟାର ରଜନୀକାନ୍ତ, ଅମିରଖାନ୍, ରଣବୀର ସିଂହ, ଦୀପିକା ପାଦୁକୋନ୍, ପ୍ରିୟଙ୍କା ଚୋପ୍ରା, ବରୁଣ ଧାୱନ, ସୋନମ କପୁର, ଅନୁପମ ଖେର, ଜାଭେଦ ଅଖତର, ଶବାନା ଆଜମି, ସୁନିଲ ସେଟ୍ଟି, ସାହିଦ କପୁର, ବିଦ୍ୟା ବାଲନ, ଆଲିୟା ଭଟ୍ଟ, ଦୀୟା ମିର୍ଜା, ଶ୍ରଦ୍ଧା କପୁର, ଶ୍ରେୟା ଘୋଷାଲ, ରାଜୁ ହିରାନି, ତୁଷାର କପୁରଙ୍କ ଭଳି ଚର୍ଚ୍ଚିତ ବଲିଉଡ୍ ତାରକାମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଗାୟକ କୈଳାସ ଖେର ଓ ମାମେ ଖାନ ନିଜ ଯାଦୁକରୀ କଣ୍ଠରେ ସମସ୍ତଙ୍କୁ ବିମୋହିତ କରିଥିଲେ ।
ଅଧିକ ପଢନ୍ତୁ :ଓଡ଼ିଶାରେ ଭାରତର ପ୍ରଥମ ଅଲମ୍ପିକ ଭାଲ୍ୟୁସ ଏଡୁକେସନ ପ୍ରୋଗ୍ରାମର ଶୁଭାରମ୍ଭ
ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ମଡେଲ୍ ଏମା ଚେମ୍ବର୍ଲେନ, ଜିଜି ହଦିଦଙ୍କ ଉପସ୍ଥିତି ମଧ୍ୟ କାର୍ଯ୍ୟକ୍ରମକୁ ଆହୁରି ମନୋହର କରିଥିଲା । ଦେବେନ୍ଦ୍ର ଫଡ୍ନଭିସ୍, ଉଦ୍ଧବ ଠାକ୍ରେ, ଆଦିତ୍ୟ ଠାକ୍ରେ, ସ୍ମୃତି ଇରାନୀଙ୍କ ଭଳି ରାଜନେତା ମଧ୍ୟ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ସଦଗୁରୁ ଜଗି ବାସୁଦେବ, ସ୍ୱାମୀ ନାରାୟଣ ସମ୍ପ୍ରଦାୟର ରାଧାନାଥ ସ୍ୱାମୀ, ରମେଶ ଭାଇ ଓଝା, ସ୍ୱାମୀ ଗୌର ଗୋପାଳ ଦାସଙ୍କ ଭଳି ଆଧ୍ୟାତ୍ମିକ ଗୁରୁଙ୍କ ଉପସ୍ଥିତିକ ଦର୍ଶକଙ୍କୁ ବିଭୋର କରିଥିଲା ।