କେବଳ ସେତିକି ନୁହେଁ, କୋର୍ଟ ଡାକ୍ତର ମାନଙ୍କୁ କାମକୁ ଫେରିବାକୁ ନିର୍ଦେଶ ଦେଇଥିଲେ,ମାତ୍ର ସୁପ୍ରିମ କୋର୍ଟଙ୍କ ପରାମର୍ଶ ମାନି ନାହାନ୍ତି ଆନ୍ଦୋଳନରତ ଡାକ୍ତର । ଆଗକୁ ଆନ୍ଦୋଳନ କାରୀ ଡାକ୍ତର ମାନଙ୍କ ଉପରେ ହୋଇପାରେ କାର୍ଯ୍ୟାନୁଷ୍ଠାନ । ଅନ୍ୟପଟେ ଏହି ଘଟଣାରେ ଅନ୍ୟତମ ମାଷ୍ଟରମାଇଣ୍ଡ ଆର୍ ଜି କର୍ ମେଡିକାଲ କଲେଜର ପୂର୍ବ ପ୍ରିନସିପାଲ ସନ୍ଦିପ ଘୋଷ ଙ୍କୁ ଅର୍ଥ ଅନିଯମିତା ମାମଲାରେ ଗିରଫ କରାଯିବା ପରେ ତାଙ୍କୁ ସିବିଆଇ କୋର୍ଟ ଦ୍ବାରା ସେପ୍ଟେମ୍ବର ୨୩ ଯାଏତାଙ୍କୁ ହାଜତରେ ରଖିବାକୁ ଦିଆଯାଇଛି ନିର୍ଦ୍ଦେଶ। ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ,ଦିନକୁ ଦିନ ଏହି ଘଟଣାରେ ତାର ମନ୍ତବ୍ୟ ବଦଳାଉଛି। ଚର୍ଚ୍ଚା ହେଉଛି କୁଆଡେ ସନ୍ଦୀପ ଘୋଷ ଏବଂ ସଞ୍ଜୟ ରୟଙ୍କ ସହ କୁଆଡେ ରହିଛି ଟିଏମସିର ଭିତିରି ଲିଙ୍କ୍ ଯେଉଁଥିପାଇଁ
ସରକାର କୁଆଡେ ତଦନ୍ତରେ ସହଯୋଗ କରୁନାହାନ୍ତି ବୋଲି ଅଭିଯୋଗ ହୋଇଛି। ପୂର୍ବରୁ କୋଲକାତା ପୋଲିସ୍ ହତ୍ୟାକୁ ପ୍ରଥମେ ଆତ୍ମହତ୍ୟାର ରୂପ ଦେଇଥିଲା,ନ୍ୟାୟ ଦେବା ବଦଳରେ ତଦନ୍ତ ବାଟବଣା କରିଥିବା ଅଭିଯୋଗ ହୋଇଥିଲା ପରେ କୋର୍ଟ ଏହି ଘଟଣାକୁ ସିବିଆଇକୁ ଦେଇଥିଲେ ।ତେବେ ଯଦି ଜନସାଧରଣଙ୍କ ସମେତ ଆନ୍ଦୋଳନରତ ଡାକ୍ତର ଏମିତି ରାଜରାସ୍ତାରେ ଆନ୍ଦୋଳନ କରିଚାଲନ୍ତି ତେବେ ଦିଦିଙ୍କୁ ପଡିପାରେ ମହଙ୍ଗା। ଯେଉଁଥିପାଇଁ ଦିଦିଙ୍କୁ ଏବେ ଠୁ ଘାରିଛି ଗାଦି ଚିନ୍ତା,କଳେବଳେ କୌଶଳେ ମାମଲାକୁ ରଫାଦଫା କରିବାକୁ ଚାହୁଁଛନ୍ତି ଦିଦି, ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ କେବେ ମିଳିବ ନ୍ୟାୟ,କେତେ ଦିନ ଆଉ ନ୍ୟାୟ ପାଇଁ ଅପେକ୍ଷା କରିବେ ପୀଡ଼ିତାଙ୍କ ପରିବାର