ସୋସିଆଲ ମିଡିଆରେ ବହୁତ ଭିଡିଓ ଭାଇରାଲ ହୁଏ। ଏବେ ଏଭଳି ଏକ ଭିଡିଓ ଭାଇରାଲ ହୋଇଛି। ଯାହାକୁ ଦେଖିଲେ ଆପଣ ନିଜେ ବି ଡରିଯିବେ। ନିଜ ମାଲିକର ପାଖରେ ଥାଇ ବି ଗୋଟିଏ ପୋଷା କୁକୁର ଜଣେ ଯୁବକଙ୍କୁ କାମୁଡି ପକାଉଛି। ହେଲେ କୁକୁର ପାଳକ ଜଣକ ବେଧଡ଼କ ନିଜ କୁକୁରକୁ ନେଇ ଲିଫ୍ଟରୁ ବାହାରି ଯାଉଛନ୍ତି। ସତେ ଯେମିତି ତାଙ୍କ ଭିତରୁ ଜଣେ ଇତର ମଣିଷ ପାଇଁ ମରିଯାଇଛି ମାନବିକତା।
ଆପଣଙ୍କ ସମ୍ମୁଖରେ ଥିବା ଭିଜୁଆଲ ହେଉଛି ଦିଲ୍ଲୀ ନୋଏଡା, ସେକ୍ଟର ୭୫ ଆପେକ୍ସ ଶୋସାଇଟିର। ଯାହାର ଲିଫ୍ଟ ଭିତରେ ଘଟିଥିବା ଏହି ଘଟଣା କଏଦ ହୋଇଛି ଗୁପ୍ତ କ୍ୟାମେରାରେ। ଆଉ ମଣିଷ ଭିତରୁ ମରିଯାଉଥିବା ମଣିଷପଣିଆର ପର୍ଦ୍ଦାଫାଶ କରିଛି।
ବଡ଼ ବଡ଼ ଫ୍ଲାଟକୁ ଯିବାକୁ ଲୋକେ ଲିଫ୍ଟର ବ୍ୟବହାର କରୁଛନ୍ତି। କିନ୍ତୁ ତାହା ମଣିଷମାନଙ୍କ ପାଇଁ ହୋଇଥିବାବେଳେ ସେହି ମଣିଷ ଏବେ ଲାଇଫ ଷ୍ଟାଇଲ ମେଣ୍ଟେନ କରିବାକୁ ନିଜ ପୋଷା କୁକୁରଙ୍କୁ ସେଥିରେ ନେବାଆଣିବା କରୁଛନ୍ତି। ଯାହାକି ସମ୍ପୂର୍ଣ୍ଣ ଭୂଲ।
କୁକୁର ମଣିଷର ଭାରି ବିଶ୍ବସ୍ତ। ଠିକ୍ ଅଛି। କିନ୍ତୁ ପଶୁ ଭିତରେ ସମବେଦନା ଆଶା କରିବା ଅନୁଚିତ୍। ଜଣେ ବ୍ୟକ୍ତି ନିଜ ପୋଷା କୁକୁରକୁ ନେଇ ଏକ ଲିଫ୍ଟରେ ଚଢିଛନ୍ତି। ସେହି ଲିଫ୍ଟରେ ଅନ୍ୟ ଜଣେ ଯୁବକ ମଧ୍ୟ ଉପସ୍ଥିତ। ଲିଫ୍ଟଟି ଖୋଲିଲାବେଳକୁ କୁକୁର ନିଜ ମାଲିକ ପାଖରେ ଥାଇ ମଧ୍ୟ ସମ୍ପୃକ୍ତ ଯୁବକଙ୍କୁ କାମୁଡ଼ି ପକାଇଛି। ଆଉ ଲିଫ୍ଟ ଖୋଲିବା ପରେ ସେ ନିଜ କୁକୁରକୁ ନେଇ ଚାଲିଯାଉଛନ୍ତି।
ଏବେ ଆପଣ କୁହନ୍ତୁ, ଲିଫ୍ଟରେ କୁକୁର ନେବା କେତେ ସୁରକ୍ଷିତ। ସବୁବେଳେ ନିଜେ ସୁରକ୍ଷିତ ଏବଂ ସତର୍କ ରୁହନ୍ତୁ। କୁକୁରକୁ ଯଦି ପ୍ରଥମେ ଯୁବକ ଜଣକ ଦେଖିଲେ ତେବେ ଲିଫ୍ଟର ବ୍ୟବହାର କରିବା ଅନୁଚିତ ଥିଲା। ତେବେ କୁକୁରକୁ ଲିଫ୍ଟରେ ନେବା କେତେ ଦୂର ଯୁକ୍ତିଯୁକ୍ତ।