ସେପ୍ଟେମ୍ୱରରେ ସରକାର ପିଏମଜିକେଓ୍ୱାଇର ସମୟସୀମାକୁ ୩ ମାସ ବଢ଼ାଇ ଡିସେମ୍ୱର ୩୧ କରିଥିଲେ।ଗରିବଙ୍କୁ ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦେବା ପାଇଁ ଉଦ୍ଦିଷ୍ଟ ସ୍କିମ୍ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା କୁ ବଢ଼ାଇବା ନିମନ୍ତେ ନରେନ୍ଦ୍ର ମୋଦି ସରକାର ବିଚାର କରୁଛନ୍ତି। ଖାଦ୍ୟ ସୁରକ୍ଷା ଆଇନ ଏବଂ ଅନ୍ୟ କଲ୍ୟାଣମୂଳକ ଯୋଜନାଗୁଡିକ ଅଧୀନରେ ଆବଶ୍ୟକତାକୁ ପୂରଣ କରିବା ପାଇଁ ସରକାରଙ୍କ ନିକଟରେ ପର୍ଯ୍ୟାପ୍ତ ଖାଦ୍ୟ ଭଣ୍ଡାର ଥିବା ସେ ସୂଚନା ଦେଇଛନ୍ତି।
କୃଷି ରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଯେ, ଗତ ୨୮ ମାସରେ ସରକାର ପିଏମଜିକେଓ୍ୱାଇ ଯୋଜନା ଅଧୀନରେ ଗରିବଙ୍କୁ ମାଗଣା ଖାଦ୍ୟଶସ୍ୟ ବଣ୍ଟନ ବାବଦ ୧.୮୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ସରକାରଙ୍କ ନିକଟରେ ପର୍ଯ୍ୟାପ୍ତ ଖାଦ୍ୟ ଭଣ୍ଡାର ରହିଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଶୋଭା କରନ୍ଦଲାଜେ। କୃଷି ରାଷ୍ଟ୍ରମନ୍ତ୍ରୀ କରନ୍ଦଲାଜେ କହିଛନ୍ତି ଯେ, ବର୍ତ୍ତମାନ ପୁଣି କୋଭିଡ ମାମଲା ଆସିଲାଣି। ଏଣୁ ସ୍କିମର ଅବଧି ବଢ଼ାଯାଇପାରେ।