କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ଗୁଡ଼ିକର ଦୁରୁପଯୋଗ ଠାରୁ ଆରମ୍ଭ କରି ଜି-୨୦ ରାଷ୍ଟ୍ରଗୁଡ଼ିକର କର୍ତ୍ତବ୍ୟ ଆଦି ବିଷୟରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି ସୀତାରମଣ । ଏଥିରେ ଭାରତୀୟ ମୁଦ୍ରା ମୂଲ୍ୟ ହ୍ରାସ ପାଇବା ପ୍ରସଙ୍ଗ ବି ଉଠିଛି । ଭାରତୀୟ ମୁଦ୍ରା ଆମେରିକା ଡଲାର ତୁଳନାରେ ବାରମ୍ବାର ହ୍ରାସ ପାଉଛି । ଏହାର ସମାଧାନ ପାଇଁ କେଉଁ ସବୁ ପଦକ୍ଷେପ ନିଆଯାଉଛି ବୋଲି ସୀତାରମଣଙ୍କୁ ପ୍ରଶ୍ନ କରିଛନ୍ତି ସାମ୍ବାଦିକ।
ଉତ୍ତରରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ଭାରତୀୟ ମୁଦ୍ରା ମୂଲ୍ୟ ହ୍ରାସ ପାଉଛି ତାହା ଦେଖ ନାହିଁ ବରଂ ଡଲାର ମୂଲ୍ୟ ବଢ଼ୁଛି ତାହା ଦେଖ । ଜିଓ ପଲିଟିକାଲ ଟେନ୍ସନ ପାଇଁ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରାମୂଲ୍ୟ ହ୍ରାସ ପାଉଛି ବୋଲି ସୀତାରମଣ କହିଛନ୍ତି । ସେପଟେ ରାଜନୈତିକ ସ୍ବାର୍ଥ ପାଇଁ କେନ୍ଦ୍ର ସରକାର ଇଡିକୁ ବ୍ୟବହାର କରୁଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ସମ୍ପୂର୍ଣ୍ଣ ସ୍ବାଧୀନତା ଭିତରେ ରହି କାର୍ଯ୍ୟ କରୁଛି । ଏପର୍ଯ୍ୟନ୍ତ ଯେଉଁସବୁ ପଦକ୍ଷେପ ନେଇଛି ସମ୍ପୂର୍ଣ୍ଣ ସ୍ବାଧିନତାର ସହ ନେଇଛି ।