ପ୍ରତିବର୍ଷ ବିହାରରେ ପ୍ରବଳ ବନ୍ୟା ଆସିଥାଏ . ଯାହାଦ୍ବାରା ଅନେକ ପରିବାର କ୍ଷତିଗ୍ରସ୍ତ ହୋଇଥାନ୍ତି. ୩ ରୁ ୪ ମାସ ସେମାନେ ରହିବା ପାଇଁ ଏବଂ ପୁଣି ନିଜ ଘର ତିଆରି ପାଇଁ ଅନେକ ସମସ୍ୟାରେ ପଡିଥାନ୍ତି. ଏହିଭଳି ଘର ଦ୍ବାରା ସେମାନେ ବନ୍ୟା ସମୟରେ ମଧ୍ୟ ନିଜ ପରିବାର ସହ ଆରାମରେ ରହିପାରିବେ ବୋଲି କହିଛନ୍ତି ପ୍ରଶାନ୍ତ. ବିହାରର ଜନସଂଖ୍ୟା ଅଧିକ ଥିବାବେଳେ ଏପରି ଆହୁରି ଅନେକ ଘର ତିଆରି କରିବା ଆବଶ୍ୟକ ବୋଲି ସେ କହିଛନ୍ତି. ବିଶ୍ବର ଅନେକ ସ୍ଥାନରେ ଏପରି ଭାସ୍ୟମାନ ଘର ତିଆରି କରାଯାଇଛି. ହେଲେ ଏହାକୁ କେବଳ ପ୍ରାକୃତିକ ଜିନିଷରେ ତିଆରି କରାଯାଇଛି ବୋଲି ସେ କହିଛନ୍ତି.
କେବଳ ବନ୍ୟା ସମୟରେ ନୁହେଁ ପାଣି ଭିତରେ ଜୀବନ କେମିତି ଜିଇହବ ତାକୁ ନେଇ ଏପରି ପରୀକ୍ଷାମୂଳକ ଭାସ୍ୟମାନ ଘର ତିଆରି କରାଯାଉଛି ବୋଲି ସେ କହିଛନ୍ତି.