କିଛି ବ୍ୟକ୍ତି ଚା ଖଟିରେ ଉପସ୍ଥିତ ଅଛନ୍ତି। ଦୁଇ ଜଣ ଗୋଟିଏ ପଟା ଉପରେ ବସିଛନ୍ତି। ଅନ୍ୟପଟୁ କେହି ଜଣେ ଆସିଲେ। ତାଙ୍କୁ ଦେଖି ବସିଥିବା ଜଣେ ବ୍ୟକ୍ତି ହଠାତ ଉଠିଗଲେ। ବାସ୍, ଅନ୍ୟ ବ୍ୟକ୍ତି ଧଡକିନା ତଳେ ପହଇଗଲେ। ସଙ୍ଗେ ସଙ୍ଗେ ତାଙ୍କୁ ସେଠାରୁ ଉଠାଇଦେଲେ ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକ। ଏହି ଭିଡିଓଟି ଦେଖିଲେ ଆପଣ ହସି ହସି ଗଡିଯିବେ। ଅନେକ ସୋସିଆଲ ମିଡିଆ ୟୁଜର୍ସ ଏହାକୁ ସେୟାର କରିଛନ୍ତି। ଆଉ କେହି କେହି ତ କମେଣ୍ଟରେ କହିଛନ୍ତି କି କାହା ଭରଷାରେ କେଉଁଠି ବସିବା ଠିକ ନୁହେଁ। ପ୍ରକୃତରେ ଯେଉଁଥି ଏହି ଦୁଇ ଜଣ ବ୍ୟକ୍ତି ବସିଥିଲେ, ସେହି ପଟାଟି ଏକ ହାଲୁକା ଜିନିଷ ଉପରେ ଥୁଆ ହୋଇଥିଲା। ଯେଉଁଥି ପାଇଁ ବକ୍ତି ଜଣଙ୍କ ପଡିଗଲେ। ତେବେ ପଡିଯାଇଥିବା ବ୍ୟକ୍ତି ଜଣଙ୍କ ସୁସ୍ଥ ଥିବା ଜଣାପଡିଛି।
ଭରଷା ଭାଙ୍ଗିଦେଲା ସାଙ୍ଗ, ତଳେ ପଡିଗଲେ ବ୍ୟକ୍ତି

ଅର୍ଗସ ବ୍ୟୁରୋ: କଥାରେ ଅଛି କାହା ଉପରେ ଭରଷା କରି ନବସିବା ପାଇଁ। ଆଉ ଯଦି ବସୁଛନ୍ତି ତେବେ ଆପଣର ଏପରି ଦୁର୍ଦଶା ହୋଇପାରେ। ଆଜ୍ଞା, ହଁ ଯଦି ବିଶ୍ୱାସ ହେଉନାହିଁ ତେବେ ଦେଖନ୍ତୁ ଏହି ଭିଡିଓଟିକୁ। ସବୁ ଜାଣିପାରିବେ। ଚା ଖଟି କାହାକୁ ବା ଭଲ ନଲାଗେ। ସକାଳୁ ସକାଳୁ ଟିକେ ଗରମ ଗରମ ଚା ସାଙ୍ଗକୁ ସାଙ୍ଗମାନଙ୍କ ସହ ଗପସପ ଭାରି ନିଆରା। ଏପରି ଏକ ଚା ଖଟିର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି।
Download Argus News App
