ବିଶ୍ବର ସବୁଠାରୁ ଧନୀବ୍ୟକ୍ତି ବର୍ଣ୍ଣାଡ ଅର୍ଣ୍ଣଲଟ । ସେ ନିଜର ପ୍ରାୟ ୭୨.୪ ହଜାର କୋଟି ଉର୍ଦ୍ଧ୍ବ ମୂଲ୍ୟଯୁକ୍ତ ଲକ୍ଜ୍ୟୁରୀ ସାମଗ୍ରୀ ବ୍ରାଣ୍ଡ ଡିୟରର ଦାୟିତ୍ବ ଝିଅ ଡଲଫିନଙ୍କ ହାତରେ ଦେଇଛନ୍ତି । ସେହିପରି ନୋଏଲ ଟାଟାଙ୍କ ଝିଅ ଲେହ ୨୦୦୨ରୁ ହିଁ ତାଜ୍ ଗ୍ରୁପ ଅଫ ହୋଟେଲ୍ସର ଦାୟିତ୍ବଭାର ତୁଲାଉଛନ୍ତି । ଇଶା ଅମ୍ବାନି ୨୦୧୪ ରେ ରିଲାଏନ୍ସ ଜିଓ ଏବଂ ରିଲାଏନ୍ସ ରିଟେଲରେ ଯୋଗ ଦେଇଥିଲେ। ଜିଓ ଏବେ ସର୍ବବୃହତ ମୋବାଇଲ ନେଟୱାର୍କ ପାଲଟିଛି । ୨୦୧୭ ରେ ଆଦି ଗୋଦରେଜ ଝିଅ ନିଶାବା ଗୋଦରେଜଙ୍କୁ ଗୋଦରେଜ କଞ୍ଜୁମର ଲିମିଟେଡର କାର୍ଯ୍ୟକାରୀ ଅଧ୍ୟକ୍ଷ ବନାଇଥିଲେ । ସେବେଠାରୁ କମ୍ପାନୀ ବାର୍ଷିକ ୧୮ ପ୍ରତିଶତ ଲାଭ କରୁଛି । ସେହିଭଳି ରୋଶନୀ ନାଦାର ୨୦୨୦ ଜୁଲାଇରେ ବାପା ଶୀବ ନାଦାରଙ୍କ ସ୍ଥାନରେ ଏଚସିଏଲର ଅଧ୍ୟକ୍ଷ ହୋଇଥିଲେ ।
ଆଗକୁ ମଧ୍ୟ ଝିଅମାନେ କମ୍ପାନୀଙ୍କୁ ଏକ ନୂଆ ଶିଖରରେ ପହଞ୍ଚାଇବେ ବୋଲି ଆଶା କରାଯାଉଛି ।
ଅର୍ଥନୀତି ଖବର ଆହୁରି ପଢନ୍ତୁ