ଗତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟର ସମସ୍ତ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟର ମୁଖ୍ୟ ବିଚାରପତି ମାନଙ୍କ ସହ ମିଳିତ ଭାବେ ଏ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଜେଲ ଗୁଡ଼ିକରେ ବିଚାରାଧୀନ ଅବସ୍ଥାରେ ସଜା କାଟୁଥିବା କଏଦୀଙ୍କର ମାମଲାର ତ୍ବରିତ ବିଚାର କରି ଗୁରୁତ୍ବ ଦେବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।
ବେଲ୍ ଟଙ୍କା ଦେଇ ନ ପାରି ସଜା କାଟୁଥିବା କଏଦୀଙ୍କୁ ଆର୍ଥିକ ସହଯୋଗ ଦେବେ ସରକାର

ଅର୍ଗସ ବ୍ୟୁରା: ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ବର୍ଷର ସାଧାରଣ ବଜେଟ ଉପସ୍ଥାପନା କରିଛନ୍ତି। ଏଥିରେ ଜେଲରେ ସଜା କାଟୁଥିବା ଗରିବ କଏଦୀମାନଙ୍କୁ ସରକାରୀ ସହାୟତା କଥା କହିଛନ୍ତି। ବେଲ୍ ନ ପାଇ ହଇରାଣ ହେଉଥିବା କଏଦୀମାନଙ୍କୁ ସରକାର ସହାୟତା ଯୋଗାଇଦେବେ। ଏନେଇ ମନ୍ତ୍ରୀ କହିଛନ୍ତି ଯେଉଁ ଗରିବ ଲୋକମାନେ ପେନାଲ୍ଟି ଓ ବେଲ ପାଇଁ ଟଙ୍କା ଦେଇ ନ ପାରି ସଜା କାଟୁଛନ୍ତି, ସେମାନଙ୍କୁ ସରକାର ସହଯୋଗ କରିବେ। ବେଲ ପାଇବା ଯାହା ଆର୍ଥିକ ସହଯୋଗ ଦରକାର ଯୋଗାଇ ଦିଆଯିବ।
Download Argus News App
