ତେବେ ଏହି ମନ୍ଦିରର ଭଗବାନଙ୍କ ମାହାମ୍ଭ୍ୟ ଯିଏ ଶୁଣିଲେ ଚକିତ ହୋଇଯିବ। କିନ୍ତୁ ଏହା ସତ। ଭଗବାନ ବିଷ୍ଣୁଙ୍କ ପ୍ରତିମୂର୍ତ୍ତି ପାହାଡ ତଳେ ଚାପି ହୋଇ ରହିଥିଲା। ମୂର୍ତ୍ତିକୁ ଉଦ୍ଧାର କରିବା ପରେ ଏଠାରେ ଭଗବାନ ପୂଜା ପାଉଛନ୍ତି। ଆଉ ସବୁଠୁ ଆଶ୍ଚର୍ଯ୍ୟ କଲାଭଳି କଥା ହେଉଛି ଏଠି ଭଗବାନଙ୍କ ଶରୀର ମଣିଷଙ୍କ ଭଳି କୋମଳ ହୋଇଥାଏ। ଯେତେବେଳେ ପୂଜାରୀ ତାଙ୍କୁ ଫୁଲ ଚଢାନ୍ତି ସେତେବେଳେ ଫୁଲ ତାଙ୍କ ଦେହର ଭିତରକୁ ଚାଲିଯାଏ। ଆଉ ଭଗବାନ ଜୀବନ୍ତ ଭଳି ନିଶ୍ଵାସ ପ୍ରଶ୍ଵାସ ନେଉଥିବାର ମଧ୍ୟ କଥା ଶୁଣିବାକୁ ମିଳେ। କିମ୍ବଦନ୍ତୀ କହେ ସନ୍ଥ ୟାଦବ ଏଠାରେ ଭଗବାନ ବିଷ୍ଣୁଙ୍କୁ ତାଙ୍କର ତିନୋଟି ଅବତାରରେ ଉଭା ହେବାକୁ ତପସ୍ୟା କରିଥିଲେ। ସେ ଭଗବାନଙ୍କୁ ଜ୍ୱାଳା ନରସିଂହ , ଗନ୍ଧଭେରେନ୍ଦ୍ର ନରସିଂହ ଓ ୟୋଗାନନ୍ଦ ନରସିଂହ ଭାବରେ ଏହି ପର୍ବତରେ ଆସ୍ଥାନ କରି ରହିବାକୁ ଅନୁରୋଧ କରିଥିଲେ। ତାଙ୍କ ନାମ ଅନୁସାରେ ହି ଏଠାରେ ଲକ୍ଷ୍ମୀନରସିଂହ ଦେବ ମନ୍ଦିର ନିର୍ମିତ ହେଲା, ଆଉ ଏହି ସ୍ଥାନକୁ ୟଦାଗିରି ନାମରେ ନାମିତ କରାଗଲା। ଏଠାରେ ରହିଛି ଏକ ବିଶାଳକାୟ ସ୍ଵତନ୍ତ୍ର ଗୁମ୍ଫା। କୁହାଯାଏ ଏଠାରେ ଭକ୍ତ ନିଷ୍ଠାର ମନ କଥା ପ୍ରଭୁଙ୍କୁ କହିଲେ, ନିଶ୍ଚୟ ମନସ୍କାମନା ପୂର୍ଣ୍ଣ ହେଇଥାଏ।
ହାଇଦ୍ରାବାଦ ସହରରୁ ଠିକ୍ 80 କିଲୋମିଟର ଦୂରରେ ରହିଛି ଏହି ପବିତ୍ର ସ୍ଥାନଟି। ପ୍ରତ୍ୟେକ ଦିନ ହାରାହାରି 5000-8000 ଭକ୍ତ ଧାଇଁ ଆସନ୍ତି ଏହି ମନ୍ଦିର ପରିଦର୍ଶନ ପାଇଁ। ତେବେ ଆମ ଦେଶରେ ଏଭଳି ପ୍ରାଚୀନ କାରୁକାର୍ଯ୍ୟର ମନ୍ଦିର ରହିଛି। ଯେଉଁଠିକି ପର୍ଯ୍ୟଟକ ଯିବା ଦରକାର। ଲୋକେ କିନ୍ତୁ ଦେଶର କାରୁକାର୍ଯ୍ୟ ଏବଂ ଐତିହ୍ୟ ଜାଣିପାରୁ ନାହାନ୍ତି ବିଦେଶକୁ ଅଧିକ ପଇସା ଖର୍ଚ୍ଚ କରି ବୁଲିବାକୁ ଯାଉଛନ୍ତି। ଆମ ଦେଶର ଟୁଜିଜିମ ଏବଂ ପର୍ଯ୍ୟଟନସ୍ଥଳୀର ବିକାଶ ହେଲେ ଦେଶର ଅର୍ଥନୀତି ଏବଂ ଐତିହ୍ୟ ଆହୁରି ସୁଦୃଢ଼ ହେବ।
ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର