
ନୂଆଦିଲ୍ଲୀ: ମହାନଦୀ ଟ୍ରିବୁନାଲ ରେ ଆଜିର ଶୁଣାଣି ଶେଷ ହୋଇଛି। 14 ଅଗଷ୍ଟ ରେ ପରବର୍ତ୍ତୀ ଶୁଣାଣି। ପରବର୍ତ୍ତୀ ଶୁଣାଣି ପୂର୍ବରୁ ଅର୍ଥାତ 6 ସପ୍ତାହ ପୂର୍ବରୁ ଉଭୟ ରାଜ୍ୟ ମାଗିଥିବା ସମସ୍ତ ତଥ୍ୟ ଦେବାକୁ କେନ୍ଦ୍ରୀୟ ଏଜେନ୍ସି କୁ କହିଲେ ଟ୍ରିବୁନାଲ । ଅଣମୌସୁମୀ ସମୟରେ ଜଳ ପ୍ରବାହ ନେଇ ଛତିଶଗଡ଼ ର ଚିଠିର ଉତ୍ତର ରଖିଲା ଓଡିଶା ।
କେନ୍ଦ୍ର ସରକାର ମହାନଦୀ ଟ୍ରିବୁନାଲ ର କାର୍ଯ୍ୟକାଳ 2 ବର୍ଷ ବୃଦ୍ଧି କରିବା ପରେ ଆଜି ଏହାର ପ୍ରଥମ ଶୁଣାଣି ହୋଇଛି। ଏ.ଏମ୍. ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍ ଆଜି ୨୧ତମ ଶୁଣାଣି କରାଯାଇଛି। ଏଥିପୂର୍ବରୁ କରୋନାର ଦ୍ବିତୀୟ ଲହର ଯୋଗୁଁ ଏପ୍ରିଲ୍ ୧୦ ଓ ମେ ୮ ତାରିଖର ଶୁଣାଣିକୁ ସ୍ଥଗିତ ରଖାଯାଇଥିଲା।
ଏବେ ବି କରୋନା କଟକଣା ଜାରି ରହିଥିବାରୁ ଟ୍ରିବ୍ୟୁନାଲ୍ ଆଜି ଭର୍ଚୁଆଲ୍ରେ ଶୁଣାଣି କରାଯାଇଛି। ଶୁଣାଣି ପୂର୍ବରୁ ଜୁନ୍ ୨୪ରେ ଛତିଶଗଡ଼ ସରକାରଙ୍କ ପକ୍ଷରୁ ପୁଣିଥରେ ମହାନଦୀ ଜଳପ୍ରବାହ ସଂପର୍କିତ ଅଧିକ ତଥ୍ୟ ଲୋଡ଼ାଯାଇଛି। ଆଜିର ଶୁଣାଣି ପରେ ଛତିଶଗଡ଼ ଦ୍ବାରା ଲେଖାଯାଇଥିବା ପତ୍ରର ରାଜ୍ୟ ସରକାର ଉତ୍ତର ଦେଇ ପାରନ୍ତି।
ଚଳିତ ୨୦୨୦-୨୧ ଅଣମୌସୁମୀ ସମୟରେ ଅର୍ଥାତ (ନଭେମ୍ବରରୁ ମେ) ମାସ ମଧ୍ୟରେ ଓଡିଶାକୁ ୧.୧୮ଏମ୍ଏଏଫ୍ ଜଳ ଆସିଛି। ପୂର୍ବ ବର୍ଷ ତୁଳନାରେ ଏଥର ଏହାର ପରିମାଣ ହ୍ରାସ ପାଇଛି। ଗତବର୍ଷ ଉକ୍ତ ଋତୁରେ ୧.୭୪ ଏମ୍ଏଏଫ୍ରୁ ଅଧିକ ପାଣି ମିଳିଥିଲା।
ଅଣମୌସୁମୀ ଋତୁରେ ଓଡିଶାକୁ ୧.୭୪ ଏମ୍ଏଏଫ୍ ଜଳ ଉପଲବ୍ କରିବା ପାଇଁ ମଧ୍ୟବର୍ତ୍ତିକାଳୀନ ଆବେଦନ ରେ ଓଡିଶା ଦାବି କରିଥିଲା ।
ଅଣମୌସୁମୀ ସମୟରେ ଜଳର ଦାବିନେଇ ଟ୍ରିବ୍ୟୁନାଲ୍ ଦୁଇ ରାଜ୍ୟକୁ ଅନେକଥର ସୁଯୋଗ ଦେଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍କର୍ଷ ବାହାରିପାରି ନାହିଁ। ୨୦୧୮ ମାର୍ଚ୍ଚ ୧୨ରୁ ଗଠିତ ଟ୍ରିବ୍ୟୁନାଲ୍ର ପ୍ରଥମ ୩ବର୍ଷର ଅବଧି ଶେଷ ହୋଇଥିଲେ ମଧ୍ୟ ମୂଳ ମାମଲାର ଶୁଣାଣି ଏ ପର୍ଯ୍ୟନ୍ତ ହୋଇନାହିଁ।
