ଓଡ଼ିଶାରୁ ଜଣେ ଆଦିବାସୀ ମହିଳାଙ୍କୁ ପ୍ରାର୍ଥୀ କରି ପ୍ରଧାନମନ୍ତ୍ରୀ ମୋଦି କୋଟି କୋଟି ଓଡ଼ିଆଙ୍କ ହୃଦୟ ଜୟ କରିଛନ୍ତି। ଓଡ଼ିଶାରୁ ଯଦିଓ ବିଜେପି ଦଳଗତ ଭାବରେ ବିଶେଷ କିଛି ଫାଇଦା ଲାଭ କରିପାରିନାହିଁ। ତଥାପି ବିଜେପି ନେତୃତ୍ବ ଓଡ଼ିଶା ପ୍ରତି ବିଶେଷ ଦୃଷ୍ଟି ଦେଇଛନ୍ତି। ଏକଥା ନିଦ୍ବନ୍ଦ୍ବରେ କୁହାଯାଇପାରିବ।
ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ପ୍ରଥମେ ଶିକ୍ଷୟିତ୍ରୀ ଭାବେ ଏକ ସରକାରୀ ବିଦ୍ୟାଳୟରେ କାମ କରୁଥିଲେ। ୧୯୯୭ ରେ ସେ ରାଜନୀତିରେ ପ୍ରବେଶ ପରେ ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରୁ ବିଜେପିର କାଉନସିଲର ଭାବେ ନିର୍ବାଚିତ ହେଲେ।
୨୦୦୦ ମସିହାରେ ରାଇରଙ୍ଗପୁରରୁ ବିଜେପି ବିଧାୟିକା ଭାବେ ନିର୍ବାଚିତ ହୋଇ ବିଜେଡି- ବିଜେପି ମେଣ୍ଟ ସରକାରରରେ ପରିବହନ ମନ୍ତ୍ରୀ ହେଲେ। ୨୦୧୫ ରୁ ୨୦୨୧ ପର୍ଯ୍ୟନ୍ତ ସେ ଝାଡ଼ଖଣ୍ଡର ରାଜ୍ୟପାଳ ଭାବେ ମଧ୍ୟ ଦାୟିତ୍ଵ ତୁଲାଇଲେ।
ଏବେ ପ୍ରଥମ ଆଦିବାସୀ ମହିଳା ଭାବେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି।
ପୂର୍ବରୁ ବ୍ରହ୍ମପୁରରୁ VV GIRI ମହୋଦୟ ଦେଶର ରାଷ୍ଟ୍ରପତି ହୋଇଛନ୍ତି, କିନ୍ତୁ ସିଏ ପ୍ରଥମ ଓଡ଼ିଆ ରାଷ୍ଟ୍ରପତି ବୋଲି କୁହାଯାଇପାରିବ ନାହିଁ। ମୂଳତଃ ତେଲୁଗୁ ହୋଇଥିବାରୁ ଦୌପଦୀ ହିଁ ରାଜ୍ୟର ପ୍ରଥମ ରାଷ୍ଟ୍ରପତି ବୋଲି କୁହାଯିବ।
ୟୁପିଏ ସରକାର ଅମଳରେ ଓଡ଼ିଶାକୁ ଯେତିକ ପ୍ରାଧାନ୍ୟ ମିଳୁ ନ ଥିଲା, ତାଠାରୁ ବହୁଗଣ ଅଧିକ ସମ୍ମାନର ଅଧିକାରୀ ହୋଇଛି ଓଡ଼ିଶା, କେବଳ ବିଜେପି ଅମଳରେ। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ହୁଅନ୍ତ କି ନାକୋଟିକ୍ସ କଣ୍ଟ୍ରୋଲ ବୋର୍ଡ, ଆଇଏମଡିର ଡିଜି। ଆନ୍ଧ୍ର, ଜମ୍ମୁକଶ୍ମୀର ଭଳି ରାଜ୍ୟର ରାଜ୍ୟପାଳ ପଦବୀ। ସବୁଥିରେ ଓଡ଼ିଶାର ପ୍ରାଧାନ୍ୟକୁ ଆପଣ ବାରି ପାରୁଥିବେ।
ସମ୍ପ୍ରତିକ ପ୍ରସଙ୍ଗକକୁ ଆସିଲେ ଦୌପଦୀଙ୍କୁ ପ୍ରାର୍ଥୀ କରି ସଂଖ୍ୟା ଗଣିତରେ ବିଜୟକୁ ଅଘୋଷିତ ଭାବେ ହାତେଇ ସାରିଛି NDA। କାରଣ ଶ୍ରୀମତି ମୁର୍ମୁ ହେଉଛନ୍ତି ଏମିତି ଜଣେ ପ୍ରାର୍ଥୀ, ଯାହାଙ୍କୁ ଓଡ଼ିଶା କେବେବି ନାପସନ୍ଦ କରିବାରିବ ନାହିଁ। ପାର୍ଟି ଓ ମାଟି ନ୍ୟାୟରେ ସମ୍ଭବତଃ ମାଟିର ବିଜୟ ହେବ। ମାଟିର ଝିଅକୁ ଭୋଟ ମିଳିବ।
ଇଏ ସେଇ ଦୌପଦୀ ମୁର୍ମୁ ଯିଏ, ୨୦୦୦ ରେ ରାଇରଙ୍ଗପୁରରୁ ବିଜେପି ଦଳରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ। ଏବଂ ବିଜେଡି- ବିଜେପି ମିଳିତ ସରକାର ଅର୍ଥାତ୍ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ପରିବହନ ବିଭାଗର ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ହୋଇଥିଲେ। ସେ ଥିଲେ ମେଣ୍ଟ ସରକାରର ଏକମାତ୍ର ଆଦିବାସୀ ମହିଳା ମୁହଁ।
ତେଣୁ ବିଜେଡି ତାଙ୍କ ସପକ୍ଷରେ ହିଁ ଭୋଟ ଦେବ, ଏ କଥା ନିଦ୍ବନ୍ଦ୍ବରେ କହିପାରିବା।
ସେପଟେ ଏହା ମଧ୍ୟ କୁହାଯାଇପାରେ ଯେ, ଯଶୋବନ୍ତ ସିଂହ୍ନାଙ୍କୁ ବିରୋଧୀ ମେଣ୍ଟ ପ୍ରାର୍ଥୀ କରିଥିଲେ ବି ସେ କେବେହେଲେ ସର୍ବଗ୍ରହଣୀୟ ନେତା ନୁହଁନ୍ତି। କାରଣ ପ୍ରଥମେ ଏହି ପଦବୀ ଲାଗି ଅଫର ଯାଇଥିଲା, ଶରତ ପାଓ୍ବାର, ଫାରକୁ ଅବଦୁଲ୍ଲା ଓ ଗୋପାଳକୃଷ୍ଣ ଗାନ୍ଧୀଙ୍କ ପାଖକୁ। କିନ୍ତୁ ସେମାନେ ଏହି ପ୍ରସ୍ତାବକୁ ପ୍ରତ୍ୟାକ୍ଷାନ କରିବା ପରେ କା’ ପଡିଲା ଭଳି ଯଶୋବନ୍ତଙ୍କୁ ପ୍ରାର୍ଥୀ କରିଛି ବିରୋଧୀ ମେଣ୍ଟ।
ଏଣୁ କହିବାକୁ ଗଲେ ଦୌପଦୀଙ୍କ ବିଜୟ ଗୋଟିଏ ପକ୍ଷରେ ହୋଇସାରିଛି। ଏବେ କେବଳ ବିଧିବଦ୍ଧ ନିର୍ବାଚନ ଓ ଘୋଷଣାକୁ ଅପେକ୍ଷା କରିବା କଥା।