କାରଣ ଦର୍ଶାଅ ନୋଟିସର ଜବାବ ଆଇନଜୀବୀଙ୍କ ଜରିଆରେ କିମ୍ବା ସମ୍ପୃକ୍ତ ଓକିଲ ହାଜର ହୋଇ ରଖିବେ ବୋଲି ନିର୍ଦେଶ ଦିଆଯାଇଥିଲା । ଆଜି ସୁପ୍ରିମକୋର୍ଟର ୨ ଜଣିଆ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହେବ । ଶୁଣାଣି କରିବେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ସଞ୍ଜୟ କିଷନ କୌଲ ଓ ଜଷ୍ଟିସ ଅଭୟ ଏସ୍. ଓକା ।
ସେହିଭଳି ପଶ୍ଚିମ ଓଡ଼ିଶାର ସମସ୍ତ ବାର ଆସୋସିଏସନ ପକ୍ଷରୁ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଦ୍ୱାରା ଗୋଟିଏ ଆବେଦନ ମଧ୍ୟ ଦାଖଲ କରାଯାଇଛି । କିଛି ସଦସ୍ୟଙ୍କ ନିସର୍ତ୍ତ କ୍ଷମା ପ୍ରାର୍ଥନା ସମ୍ପର୍କିତ ସତ୍ୟପାଠ ଦାଖଲ କରାଯାଇଛି ।
ଅଧିକ ପଢନ୍ତୁ: ବେଞ୍ଚ ପ୍ରସଙ୍ଗରେ ବର୍ଷିଲେ ପଶ୍ଚିମର 5 ବିଜେପି ସାଂସଦ
ଅଧିକ ଓଡିଶା ନ୍ୟୂଜ଼ ପଢନ୍ତୁ