ଟ୍ରେଲର ରିଲିଜ ହେବା ଦିନ ଠାରୁ ଲୋକ ମାନଙ୍କ ମଧ୍ୟରେ ଉତ୍ସାହ ଓ ବିରୋଧ ଦେଖା ଦେଇଥିବା ଫିଲ୍ମ ଦି କେରଲା ଫାଇଲ୍ସ ବକ୍ସ ଅଫିସରେ ଖୁବ ଭଲ ପ୍ରଦର୍ଶନ କରୁଛି । ଏହି ଫିଲ୍ମକୁ ଅଭୁତପୂର୍ବ ସଫଳତା ମିଳୁଛି । କଲେକ୍ସନ ମାମଲାରେ ଏହି ଫିଲ୍ମ ନୂଆ ରେକର୍ଡ ସୃଷ୍ଟି କରିବାରେ ଲାଗିଛି ।
05 ମଇରେ ଯେତେବେଳେ ଏହି ଫିଲ୍ମଟି ରିଲିଜ ହେଲା ପ୍ରଥମ ଦିନ ଫିଲ୍ମକୁ ଅନୁମାନ ଠାରୁ ଅଧିକ ଓପନିଂ ମିଳିଥିଲା । ଏହା ପରେ ସପ୍ତାହାନ୍ତରେ ଫିଲ୍ମଟି ଖୁବ ଭଲ କରିଥିଲା । ପୁଣି ଅଣ ଛୁଟି ଦିନ ମାନଙ୍କରେ ମଧ୍ୟ ଫିଲ୍ମର କଲେକ୍ସନ ଉପରେ ବିଶେଷ ପ୍ରଭାବ ପଡି ନ ଥିଲା । ଏବେ ଏହି ଫିଲ୍ମଟି ଶହେ କୋଟି ଟଙ୍କାରୁ ଉର୍ଧ କଲେକ୍ସନ କରି ସାରିଛି ।
ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଟ୍ୱିଟ କରି କହିଛନ୍ତି ଯେ ଦି କେରଳା ଷ୍ଟୋରୀ 12 ମଇ ଅର୍ଥାତ ଶୁକ୍ରବାର ଦିନ 12.35 କୋଟି ଟଙ୍କା ଆୟ କରିଥିବା ବେଳେ 13 ମଇ ଅର୍ଥାତ ଶନିବାର ଦିନ ଫିଲ୍ମ 19.5 କୋଟି ଟଙ୍କାର କଲେକ୍ସନ କରିଛି । ଏହା ସହ ଫିଲ୍ମୁର ମୋଟ କଲେକ୍ସନ 112.99 କୋଟି ଟଙ୍କା ହୋଇସାରିଛି ।
ଏହା ଏକ ସାଧାରଣ ଓ କମ ବଜେଟରେ ତିଆରି ହୋଇଥିବା ଓ ବଡ ଷ୍ଟାରକାଷ୍ଟ ନ ଥିବା ଫିଲ୍ମ ପାଇଁ ଖୁବ ବଡ ଉପଲବ୍ଧି ବୋଲି ବିଶ୍ଲେଷକ ମାନେ ମତ ଦେଇଛନ୍ତି । ଏହି କେବଳ ଭାରତରେ ନେଟ କଲେକ୍ସନ । ଏବେ ଏହି ଫିଲ୍ମ 37ଟି ଦେଶରେ ମଧ୍ୟ ରିଲିଜ ହୋଇଛି । ବିଦେଶରେ ମଧ୍ୟ ଏହି ଫିଲ୍ମକୁ ଖୁବ ପ୍ରଶଂସା କରାଯାଉଥିବା ଦେଖିବାକୁ ମିଳୁଛି ।
ପ୍ରଯୋଜକ ବିପୁଲ ଅମୃତଲାଲ ଶାହ ଓ ନିର୍ଦେଶକ ସୁଦୀପ୍ତ ସେନଙ୍କ ଏହି ଫିଲ୍ମ କେରଳ ଷ୍ଟୋରୀରେ କଟ୍ଟରପନ୍ଥୀ ମୁସଲମାନ ମାନ ମୁସଲମାନ ଯୁବକ ମାନଙ୍କୁ ହିନ୍ଦୁ ଝିଅ ମାନଙ୍କୁ ଫସାଇବାକୁ ତାଲିମ ଦେଉଥିବା ନେଇ ଦର୍ଶାଯାଇଛି ।
ଏହା ପରେ ସେମାନେ ଅଣ ମୁସଲମାନ ହିନ୍ଦୁ ଓ ଖ୍ରୀଷ୍ଟିଆନ ଝିଅ ମାନଙ୍କର ଧର୍ମାନ୍ତରୀକରଣ କରାଯିବା ପରେ ସେହି ଝିଅ ମାନଙ୍କୁ ଇସଲାମୀ ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ସେକ୍ସ ସ୍ଲେଭ ଭାବେ ପଠାଇ ଦିଆଯାଏ । ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମରେ ଏହାକୁ ନିଖୁଣ ଭାବେ ଦର୍ଶାଯାଇଛି।
ଅଧିକ ପଢନ୍ତୁ ଭାରତ ଖବର