ଦର୍ଶକବନ୍ଧୁ ଖବରର ଧାଁ ଦଉଡ ଭିତରେ ହୁଏତ ଆମେ ପଛରେ ଅନେକ କିଛି ରଖିଦେଉ। ଯେଉଁମାନଙ୍କ ସାଧନା ଏ ନୂତନ ସୃଷ୍ଟି ପାଇଁ ପ୍ରଚୋଦନା ଯୋଗାଇଛି ତାଙ୍କୁ ଆମେ ଭୁଲିଯାଉ। କିନ୍ତୁ ଏଠି ଆମେ ତାଙ୍କୁ ମନେ ପକେଇବାକୁ ଛୋଟିଆ ପ୍ରୟାସଟେ କରୁଛୁ।
ବନ୍ଦେ ଭାରତ ଏକ୍ସପ୍ରେସ୍ ଲାଗି ସେହି ପରଦା ପଛର ନାୟକ ହେଉଛନ୍ତି ଶ୍ରୀ ସୁଧାଂଶୁ ମଣି। ଇଣ୍ଟ୍ରିକାଲ କୋଚ ଫ୍ୟାକ୍ଟ୍ରି ବା ICF ଚେନ୍ନାଇର ପୂର୍ବତନ ଜେନେରାଲ ମ୍ୟାନେଜର। ଯାହାଙ୍କ ଉଦ୍ୟମରେ ସମ୍ପୂର୍ଣ୍ଣ ଦେଶୀ ଜ୍ଞାନ କୌଶଳରେ ନିର୍ମିତ ବନ୍ଦେ ଭାରତ ଏକ୍ସପ୍ରେସ ଆଜି ଦେଶର ଧମନିରେ ଦୌଡୁଛି।
ଜାଣି ଆଶ୍ଚର୍ଯ୍ୟ ହେବେ, ୨୦୧୬ରେ ସେମି ହାଇସ୍ପିଡ୍ ରେଳ ଚଳାଚଳ ପାଇଁ ଚିନ୍ତା କରାଯାଏ। ଆଉ ଏଥିପାଇଁ ଗୁଡାଏ ପଇସା ଲାଗିବ ବୋଲି ଆକଳନ ହୁଏ। ମଣି ବାବୁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦିଅନ୍ତି। ଅଳ୍ପ ଟଙ୍କାରେ ବା ବିଦେଶରେ ଖର୍ଚ୍ଚ ହେବାକୁ ଥିବା ଅର୍ଥର ତିନିଗୁଣ କମ୍ରେ ସେ ଦେଶରେ ଏହି ଟ୍ରେନ ବନେଇଦେବେ।
ଅବାସ୍ତବ ଲାଗୁଥିଲେ ବି କଥାଟାକୁ ସରକାର କିଛି ମାତ୍ରାରେ ଗ୍ରହଣ କରନ୍ତି। ପ୍ରଧାମନନ୍ତ୍ରୀ ମୋଦି ସାଧାରଣ କର୍ମଚାରୀଙ୍କ କଥା ଶୁଣନ୍ତି। ବିଦେଶରୁ ଯେତିକି ଖର୍ଚ୍ଚ ଏଠି ତିଆରି କଲେ ତାଠାରୁ ୩ ଭାଗରୁ କମ ଖର୍ଚ୍ଚ ହେବ। ଦେଶ ପଇସା ଦେଶରେ ରହିଯିବ। ଏଥିପାଇଁ ମଣିଙ୍କୁ ତତ୍କାଳୀନ ରେଳ ବୋର୍ଡ ଚେୟାରମ୍ୟାନଙ୍କୁ ମନେଇବାକୁ ପଡେ। ପ୍ରଥମେ ଅରାଜି ଥିଲେ ବି ମାନିଯାଆନ୍ତି, ବୋର୍ଡ ଚୟେରମ୍ୟାନ୍। ୨ଟି ଟ୍ରେନ ପାଇଁ ଅନୁମତି ମିଳେ। ଯାହା ଦୌଡ ଘଣ୍ଟାପ୍ରତି ୧୮୦ କିମି ବେଗରେ।
ଚୟାରମ୍ୟାନ ମହୋଦୟଙ୍କୁ ମନେଇବାକୁ ୧୫ ମାସରେ ଏହି ସେମି ହାଇସ୍ପିଡ୍ ଟ୍ରେନ ପ୍ରସ୍ତୁତ କରିବାର ନିର୍ଭର ପ୍ରତିଶ୍ରୁତି ମିଳେ। ଚୟାରମ୍ୟାନ ମହୋଦୟ ଅବଧି ପଚାରନ୍ତି। ମଣି ଉତ୍ତର ଦିଅନ୍ତି, ଆପଣଙ୍କ ରିଟାଏଡମେଣ୍ଟ ପୂର୍ବରୁ ଏହି କର୍ମ ନିଷ୍ପାଦନ ହେବ। ଯଦିଓ ୧୫ ମାସରେ ଏହାକୁ ସାରିବା ସମ୍ଭବ ନୁହେଁ, ତଥାପି ନିର୍ଭର ପ୍ରତିଶ୍ରୁତି ଦିଆଯାଏ। ଏପଟେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଘନଘନ ଏ ନେଇ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରୁଥାନ୍ତି। ଏହି ଟ୍ରେନ ନିର୍ମାଣ ହେବା ପରେ ଏହାକୁ ଓଡ଼ିଶାରେ ଦଉଡାଇବାକୁ ମନାଇ ନିଅନ୍ତି।
ଶ୍ରୀ ମଣିଙ୍କ ଅକ୍ଲାନ୍ତ ପରିଶ୍ରମ ୧୮ ମାସରେ ରୂପ ନିଏ। ମୋଦୀ ଜୀ ଖୁସି ହୁଅନ୍ତି। କାଳ ବିଳମ୍ବ ନ କରି ପ୍ରେବୃୟାରୀ ୨୦୧୯ରେ ଦିଲ୍ଲୀରୁ ବାରଣାସୀକୁଚ ଦଉଡେ ବନ୍ଦେ ଭାରତ ଏକ୍ସପ୍ରେସ। ସଫଳ ହୁଏ ପରିକଳ୍ପନା। ମୋଦି ଜୀ ପତକା ହଲାଇ ପ୍ରଥମ ଟ୍ରେନକୁ ରେଳ ଧାରଣାରେ ଦେଶବାସୀଙ୍କୁ ଉତ୍ସର୍ଗ କରନ୍ତି। ଆଜି ଏହି ଟ୍ରେନ କେନ୍ଦ୍ର ସରକାରଙ୍କ ଗୋଟିଏ ପ୍ଲାଗସିପ୍ କାର୍ଯ୍ୟକ୍ରମ।
ସଫଳତା ପରେ କେନ୍ଦ୍ର ରେଳମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀ ଓଡ଼ିଶାରୁ ଏହାକୁ ଦଉଡାଇବାକୁ ନିରନ୍ତର ଉଦ୍ୟମ କରନ୍ତି। ମୋଦୀ ସମୟ ନିଅନ୍ତି, ଆଉ ଉତ୍ତରେ ଯାହା ବାହାରେ ତାହା ଚମତ୍କାର। ମହାପ୍ରଭୁ ଜଗନ୍ନାଥ ଏ ଦେଶର ପରମ ଇଷ୍ଟ ଏଣୁ ତାଙ୍କ ମାଟିରୁ ଏହାର ଶୁଭାରମ୍ଭ ପାଇଁ ଅନୁମତି ଗୋଟିଏ ପଦରେ ଦିଅନ୍ତି। ୧୮ ମେ ୨୦୨୩। ଇତିହାସ ପାଲଟିଗଲା। ବନ୍ଦେ ଭାରତ ଏକ୍ସପ୍ରେସ ଓଡ଼ିଆ ଜାତିର ମହାର୍ଘ ପୀଠରୁ ଦଉଡିଲା ଗଙ୍ଗାକୁଳକୁ। ଏହି ବେଗବାନ୍ ଟ୍ରେନ ଆପଣଙ୍କ ଆଗମନକୁ ଅପେକ୍ଷା କରିଛି। ଟିକେଟ ବୁକ୍ କରିବାକୁ ଆଦୌ ଭୁଲିବେନି।