ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଭାରତୀୟ ମାନେ ପ୍ରାୟ 4000 ବର୍ଷ ପୂର୍ବରୁ ଆମ୍ବ ଚାଷ କରିଆସୁଛନ୍ତି । ପାଶ୍ଚାତ୍ୟ ଜଗତରେ ଆମ୍ବ ଚାଷ ଏହି 400 ବର୍ଷ ପୂର୍ବରୁ ହୋଇ ଆସୁଛି । ଆଜି ଆମ ଦେଶ ପୃଥିବୀର ଅଧା ଆମ୍ବ ଯୋଗାଣ ଉତ୍ପାଦନ କରେ । ଆମ୍ବ, 25 ରୁ 30 ନିୟୁତ ବର୍ଷ ପୂର୍ବେ ଉତ୍ତର-ପୂର୍ବ ଭାରତ, ମିଆଁମାର ଏବଂ ବାଂଲାଦେଶରେ ଦେଖାଯାଇଥିଲା । ଏହାପରେ ଦକ୍ଷିଣ ଭାରତକୁ ସ୍ଥାନାନ୍ତରିତ ହେଲା ।
ଆମ୍ବକୁ ଦିଆଯାଇଥିବା ସର୍ବପ୍ରଥମ ନାମ ଥିଲା ଅମର -ଫଳ । ଦକ୍ଷିଣ ଭାରତରେ ଏହା ପହଞ୍ଚିଲାବେଳକୁ ଏହାର ନା ପରିବର୍ତ୍ତନ ହୋଇ ସାରିଥିଲା । ତାମିଲ ଭାଷାରେ ଏହାକୁ ଆମ୍ କାଏ କୁହାଯାଉଥିବାବେଳେ ଉଚ୍ଚାରଣରେ ଭିନ୍ନତା ହେତୁ ପରେ ଏହାକୁ ମାମ୍ କାଏ ବୋଲି କୁହାଗଲା । ମାଲାୟାଲୀ ଲୋକମାନେ ଏହାକୁ ପରେ କହିଥିଲେ ମାଙ୍ଗା । ଏହା କେରଳ ପହଞ୍ଚିବା ପରେ ବେଶ ଖୁସି ହୋଇଥିଲେ ଓ ଶେଷରେ ଏହାକୁ ବିଶ୍ୱରେ ଆମ୍ବ ଭାବରେ ପରିଚିତ ହେଲା ।
ପ୍ରାଚୀନ ଭାରତରେ ଶାସକ ଦଳ ବିଶିଷ୍ଟ ବ୍ୟକ୍ତିଙ୍କ ଆଖ୍ୟାକୁ ବ୍ୟବହାର କରି ଆମ୍ବର ବିଭିନ୍ନ କିସମର ନାମକରଣ କରିଥିଲେ । ଯେତେବେଳେ ଆଲେକ୍ସଜାଣ୍ଡାର ଭାରତରେ ପହଞ୍ଚି ରାଜା ପୋରସଙ୍କ ସହ ଯୁଦ୍ଧ କରିଥିଲେ। ସେତେବେଳେ ଗ୍ରୀସକୁ ଫେରିବାର ସମୟ ଆସିଲା, ସେତେବେଳେ ସେ ଅନେକ ପ୍ରକାରର ସୁସ୍ବାଦୁ ଫଳ ସାଙ୍ଗରେ ନେଇଥିଲେ ।
ବୌଦ୍ଧ ଧର୍ମର ବୃଦ୍ଧି ସହିତ ଆମ୍ବ ଧର୍ମର ଅନୁଗାମୀମାନଙ୍କ ମଧ୍ୟରେ ବିଶ୍ୱାସ ଏବଂ ସମୃଦ୍ଧିର ପ୍ରତିନିଧିତ୍ୱ କରିବାକୁ ଆସିଥିଲା । ବୁଦ୍ଧ ଏବଂ ଆମ୍ବ ଗଛ ବିଷୟରେ ଅନେକ କିମ୍ବଦନ୍ତୀ ରହିଛି । ବୌଦ୍ଧ ଶାସକମାନଙ୍କ ମଧ୍ୟରେ ଆମ୍ବ ଉପହାର ରୂପେ ବିନିମୟ ହୋଇ କୂଟନୈତିକର ଏକ ଗୁରୁତ୍ୱପୂର୍ଣ୍ଣ ସାଧନ ଥିଲା । ଏହି ସମୟରେ ବୌଦ୍ଧ ଭିକ୍ଷୁମାନେ ଯେଉଁଆଡ଼େ ଯାଉଥିଲେ ଆମ୍ବକୁ ସାଙ୍ଗରେ ନେଇ ଯାଉଥିଲେ । ଫଳରେ ଏହାର ଲୋକ ପ୍ରିୟତା ବଢି ବଢି ଚାଲିଥିଲା ।
ପ୍ରାଚୀନ ଭାରତରେ ରାଜାମାନେ ରାସ୍ତା କଡରେ, ରାଜପଥରେ ଆମ୍ବ ଗଛ ଲଗାଉଥିଲେ । ଭାରତ ବାହାରେ ଥିବା ଲୋକଙ୍କ ନଜରକୁ ଆଣିଥିଲେ । ମଧ୍ୟଯୁଗରେ ଆଲ୍ଲାଉଦିନ ଖିଲଜୀ ଆମ୍ବର ପ୍ରଥମ ପୃଷ୍ଠପୋଷକ ଥିଲେ । ଯେତେବଳେ ଭୋଜି ହେଉଥିଲା ସେତେବେଳେ ଭୋଜିରେ ଲୋକଙ୍କୁ କେବଳ ଆମ୍ବ ପରସା ଯାଉଥିଲା । ଯେଉଁଥିରେ ରହୁଥିଲା ଭଳିକି ଭଳି ଆମ୍ବ ।
ଭାରତରୁ କାବୁଲ ଅଭିମୁଖେ ଯାତ୍ରା କରୁଥିବାବେଳେ ହୁମାୟୁ ଏକ ପ୍ରତିଷ୍ଠିତ କୋରିଅର୍ ସିଷ୍ଟମ ମାଧ୍ୟମରେ ଭଲ ଭାବରେ ଆମ୍ବ ଯୋଗାଣ କରିଥିଲେ । ଆମ୍ବର ଚାହିଦା ଏତେ ବଢି ଯାଇଥିଲା ଯେ ଆକବର ଦରଭଙ୍ଗାରେ 1000 ଆମ୍ବ ଗଛ ଲଗାଇଥିଲେ ।
ଆମ୍ବ ପ୍ରତି ଶାହ ଜାହାନଙ୍କ ଭଲପାଇବା ଏତେ ଗଭୀର ଥିଲା ଯେ ତାଙ୍କ ନିଜ ପୁଅ ଔରଙ୍ଗଜେବ ସବୁ ଆମ୍ବ ରାଜପ୍ରସାଦରେ ଲୁଚେଇ ରଖିଦେଇଥିବାରୁ ସେ ତାଙ୍କୁ ଗୃହବନ୍ଦୀ କରିଥିଲେ ।
ଏପରିକି ମୋଗଲମାନେ ତାଙ୍କ ରୋଷେଇଆ ମାନଙ୍କୁ ଆମ୍ ପନ୍ନା, ଆମ୍ କା ଲାଉଜ୍, ଏବଂ ଆମ୍ କା ମିଠା ପଲାଉ ପରି ସୁନ୍ଦର ସୃଷ୍ଟି ପାଇଁ ପରୁସ୍କୃତି ମଧ୍ୟ କରୁଥିଲେ । ଏପରିକି ମରାଠାମାନେ ମଧ୍ୟ 10 ମିଲିଅନ୍ ଆମ୍ବ ଗଛ ଲଗାଇଥିଲେ । ଏହାରି ଭିତରେ ଥିଲା ଆମ୍ବର ରାଜା ଆଲଫାନସୋ । କୂଟନୈତିକ ପ୍ରସଙ୍ଗରେ ବ୍ରିଟିଶମାନେ ଏହାର କୌଣସି ବ୍ୟବହାର କରିନଥିଲେ ।
ଆହୁରି ପଢନ୍ତୁ ଭାରତ ଖବର...