ନୂଆଦିଲ୍ଲୀ: ନିକଟରେ ହୋଇଥିବା ରାଜ୍ୟସଭା ନିର୍ବାଚନରେ 61 ଜଣ ନୂତନ ସାଂସଦଙ୍କ ଗୃହ ପ୍ରବେଶ ହୋଇଛି। ନୂଆ ସାଂସଦଙ୍କୁ ନେଇ ଗୃହରେ ସମିକରଣ ମଧ୍ୟ ବଦଲୁଛି। ରାଜ୍ୟସଭାରେ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ) ର ସାଂସଦଙ୍କ ସଂଖ୍ୟା ବର୍ତ୍ତମାନ 102 କୁ ବୃଦ୍ଧି ପାଇଛି। ବର୍ତ୍ତମାନ ରାଜ୍ୟସଭାରେ ସଂଖ୍ୟା ଗରିଷ୍ଠତା ପାଇଁ ଏନଡିଏକୁ ମାତ୍ର ଆଉ 22 ସାଂସଦ ଆବଶ୍ୟକ ପଡୁଛି। ରାଜ୍ୟସଭାରେ ବଡ଼ ଦଳ ଭାବେ ମଧ୍ୟ ବିଜେପିର ସର୍ବାଧିକ 85 ସାଂସଦ ଅଛନ୍ତି। ଅନ୍ୟପକ୍ଷରେ କଂଗ୍ରେସରେ କେବଳ 40 ଜଣ ସାଂସଦ ଅଛନ୍ତି ଏବଂ ୟୁପିଏ ସାଂସଦଙ୍କ ସଂଖ୍ୟା 65 ରହିଛି। ଅର୍ଥାତ୍ ଅଣ ଏନଡିଏ ଏବଂ ଅଣ ୟୁପିଏ ଦଳ ବା ଆଞ୍ଚଳିକ ଦଳ ମାନେ ଗୃହରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ।
ଗତ କିଛି ବର୍ଷ ମଧ୍ୟରେ ରାଜ୍ୟସଭାରେ କଂଗ୍ରେସ ଅଧିକ ଦୁର୍ବଳ ହୋଇଛି। ଏଥି ସହିତ ବିଜେପି ଧୀରେ ଧୀରେ ଅଧିକ ଶକ୍ତିଶାଳୀ ହୋଇଛି। ରାଜ୍ୟସଭାରେ କଂଗ୍ରେସର ଶକ୍ତି ବିଜେପିର ଅର୍ଦ୍ଧରୁ କମ୍ ଥିବାବେଳେ ଏନଡିଏ 100 ମାର୍କ ଅତିକ୍ରମ କରି ସଂଖ୍ୟାଗରିଷ୍ଠତା ଆଡକୁ ଗତି କରିଛି।1990 ପରଠାରୁ ରାଜ୍ୟସଭାରେ କୌଣସି ଦଳ ପାଖରେ ସଂଖ୍ୟାଗରିଷ୍ଠତା ନାହିଁ। 1990 ପୂର୍ବରୁ ରାଜ୍ୟସଭାରେ କଂଗ୍ରେସ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା। ରାଜ୍ୟସଭାରେ ସଂଖ୍ୟା ଗରିଷ୍ଠତା ଅଭାବରୁ ମୋଦି -1 ସରକାର 2014 ରୁ 2019 ମଧ୍ୟରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଅନେକ ବିଲ ମଧ୍ୟ ଲୋକସଭାରେ ପାରିତ ହୋଇ ରାଜ୍ୟସଭା ରେ ଅଟକି ରହିଥିଲା।
କିନ୍ତୁ 2091 ରେ 17 ତମ ଲୋକସଭା ପରେ ଚିତ୍ର ସମ୍ପୂର୍ଣ୍ଣ ବଦଳି ଯାଇଛି। ସରକାର ଟ୍ରିପଲ୍ ତାଲାକ୍, ଜାମ୍ମୁ କାଶ୍ମୀରରୁ ଧାରା 370 ହଟାଇବା ପାଇଁ ବିଲ୍ ପାସ୍ କରିବା ପାଇଁ ଅଣ କଂଗ୍ରେସ ଦଳ ଗୁଡିକର ସମର୍ଥନ ହାସଲ କରିଛନ୍ତି। 245 ସଦସ୍ୟଙ୍କ ସହ ରାଜ୍ୟସଭାରେ ସଂଖ୍ୟା ଗରିଷ୍ଠତା ପାଇଁ 123 ରେ ସିଟ ଆବଶ୍ୟକ। ଗୃହରେ କଂଗ୍ରେସ ଏବଂ ୟୁପିଏ ସମର୍ଥକ ଦଳର ଦୁର୍ବଳତା ହେତୁ ଏନଡିଏ ରାଜ୍ୟସଭାରେ ଅଧିକ ସମସ୍ୟାର ସମ୍ମୁଖୀନ ହେବ ନାହିଁ ବୋଲି ଅନେକ ମତ ରଖିଛନ୍ତି। କାରଣ ଅନେକ ଅଣ କଂଗ୍ରେସ ଦଳ ଆବଶ୍ୟକ ସମୟରେ ମୋଦୀ ସରକାରଙ୍କୁ ସମର୍ଥନ ଜାରି ରଖିଛନ୍ତି।
ବିଜେଡି, AIADMK, ଆମ୍ ଆଦମୀ ପାର୍ଟି ଏବଂ YSR କଂଗ୍ରେସ ଭଳି ଦଳ କଂଗ୍ରେସ ବିରୋଧୀ। ଅନ୍ୟପଟେ ଚଳିତ ବର୍ଷ ନଭେମ୍ବରରେ କେବଳ ୟୁପିରୁ 10 ଟି ସିଟ୍ ଖାଲି ହେଉଛି। ଉତ୍ତରପ୍ରଦେଶ ବିଧାନସଭାରେ 402 ଟି ଆସନରେ ବିଜେପି ଏବଂ ଏହାର ସହଯୋଗୀ ଦଳ 321 ଜଣ ବିଧାୟକ ଅଛନ୍ତି। ଏଭଳି ପରିସ୍ଥିତିରେ ନଭେମ୍ବରରେ ୟୁପିର 10 ଟି ରାଜ୍ୟସଭା ଆସନ ମଧ୍ୟରୁ 8 ଟି ବିଜେପିକୁ ଯିବ। ଏହା ପରେ ମୋଦି ସରକାରରେ ରାଜ୍ୟସଭାରେ ସଂଖ୍ୟାଗରିଷ୍ଠତା ମଧ୍ୟରେ 14 ଟି ଆସନ ପାର୍ଥକ୍ୟ ରହିବ।
ଅର୍ଗସ ବ୍ୟୁରୋ: ଅଯୋଧ୍ୟାରେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ରାମ ମନ୍ଦିର ନିର୍ମାଣ କାର୍ଯ୍ୟ । ପ୍ରାଣ ପ୍ରତିଷ୍ଠା ମହୋତ୍ସବ ପାଇଁ ଚଳଚଞ୍ଚଳ ଅଯୋଧ୍ୟା । ଏହାରି ମଧ୍ୟରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଙ୍ଗଣରେ ପହଞ୍ଚିଛି ରାଜସ୍ଥାନର ମାଉଣ୍ଟଆବୁ ଠାରେ ନିର୍ମିତ ହୋଇଥିବା ଶ୍ରୀ ରାମ ସ୍ତମ୍ଭ । ଏହି ରାମ ସ୍ତମ୍ଭରେ ରାମାୟଣର ବିଭିନ୍ନ ପ୍ରସଙ୍ଗକୁ ସ୍ଥାନୀୟ ଭାଷାରେ ଲିପିବଦ୍ଧ କରାଯାଇଛି ।
ଶ୍ରୀ ରାମ ଗମନ ମାର୍ଗରେ ଲାଲ ପଥରରେ ନିର୍ମିତ ଏହି ରାମ ସ୍ତମ୍ଭକୁ ପ୍ରତିଷ୍ଠା କରାଯିବ । ଅଯୋଧ୍ୟା ଠାରୁ ରମେଶ୍ବରମ୍ ପର୍ଯ୍ୟନ୍ତ ବନବାସ କାଳରେ ଶ୍ରାରୀମଙ୍କ ପାଦ ଯେଉଁଠାରେ ବି ପଡ଼ିଛି ସେଠାରେ ଶ୍ରୀ ରାମ ସ୍ତମ୍ଭ ସ୍ଥାପନ କରାଯିବ । ପ୍ରାୟ 2 ହଜାର 500 କିଲୋମିଟର ଲମ୍ବା ଜଙ୍ଗଲ ଯାତ୍ରା ମାର୍ଗରେ ଶ୍ରୀ ରାମ ସ୍ତମ୍ଭ ସ୍ଥାପନ ପାଇଁ 290 ସ୍ଥାନ ଚିହ୍ନଟ କରାଯାଇଛି ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ଆଜି ଶେଷ ହୋଇପାରେ ବିଧାନସଭା ମୌସୁମୀ ଅଧିବେଶନ। ଆସନ୍ତାକାଲି କୌଣସି ସରକାରୀ କାର୍ଯ୍ୟ ଦିବସ ନଥିବାରୁ ଆଜି ଗୃହକାର୍ଯ୍ୟ ଶେଷ ହେବା ନେଇ ଅନୁମାନ କରାଯାଉଛି । ତେବେ ଆଜି ବି କମ୍ପିବ ବିଧାନସଭା । ଆସିବ ବ୍ୟୟ ମଞ୍ଜୁରୀ ବିଲ୍ । ଅତିରିକ୍ତ ବଜେଟ୍କୁ ଗୃହର ମଞ୍ଜୁରୀ ମିଳିବ। ସିଏଜି ରିପୋର୍ଟ ମଧ୍ୟ ଉପସ୍ଥାପନା ହୋଇପାରେ । ବିଜେପିର ନିଲମ୍ବିତ ଦୁଇ ବିଧାୟକଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ଦାବିରେ ବିଜେପି ଗୃହକୁ ଅଚଳ କରିପାରେ।
ଆଜି ପ୍ରଶ୍ନକାଳରେ ପଞ୍ଚାୟତ ରାଜ, ଗ୍ରାମ୍ୟ ଉନ୍ନୟନ, ଗୃହ ନିର୍ମାଣ ନଗର ଉନ୍ନୟନ, ଜଙ୍ଗଲ ପରିବେଶ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ସୂଚନା ଓ ଲୋକସମ୍ପର୍କ ବିଭାଗ ରହିଛି। ବିଧାନସଭା କାର୍ଯ୍ୟସୂଚୀ ଅନୁସାରେ ୪ତାରିଖରେ ଶେଷ ହେବାକୁ ଥିବା ବେଳେ କୌଣସି ସରକାରୀ କାର୍ଯ୍ୟ ଦିବସ ନଥିବାରୁ ଆଜି ଶେଷ ହେବା ନେଇ ଅନୁମାନ କରାଯାଉଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଆଜି ଛତିଶଗଡ଼ ଏବଂ ତେଲେଙ୍ଗାନା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 23 ହଜାର 8 ଶହ କୋଟି ଅଧିକ ଟଙ୍କା ବ୍ୟୟରେ ନିର୍ମିତ ନଗରନାର ଇସ୍ପାତ କାରଖାନାକୁ ଦେଶ ଉଦ୍ଦେଶ୍ୟରେ କରିବେ ଉତ୍ସର୍ଗ । ଏହସହ ଜଗଦଲପୁର ରେଳ ଷ୍ଟେସନ ନବୀକରଣର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ତାରୋକି - ରାୟପୁର ଡିଏମୟୁ ଟ୍ରେନ୍ ସେବାକୁ ମଧ୍ୟ ଶୁଭାରମ୍ଭ କରିବେ। ଏହି ରେଳ ପ୍ରକଳ୍ପଗୁଡ଼ିକ ରାଜ୍ୟର ଆଦିବାସୀ ଅଞ୍ଚଳରେ ସଂଯୋଗରେ ଉନ୍ନତି ଆଣିବ। ଅନ୍ୟପଟେ ତେଲେଙ୍ଗାନାରେ 800 ମେଗାୱାଟ ୟୁନିଟ୍ ବିଶିଷ୍ଟ ସୁପର ଥର୍ମାଲ୍ ପାୱାର୍ ପ୍ରୋଜେକ୍ଟର ଉଦ୍ଘାଟନ କରିବେ ।
ଏହା ତେଲେଙ୍ଗାନାକୁ ସ୍ବଳ୍ପ ମୂଲ୍ୟର ଶକ୍ତି ଯୋଗାଇବ ଏବଂ ରାଜ୍ୟର ଅର୍ଥନୈତିକ ବିକାଶରେ ସହାୟକ ହେବ। ଏହା ଦେଶର ଅନ୍ୟତମ ପରିବେଶ ଅନୁକୂଳ ବିଦ୍ୟୁତ୍ କେନ୍ଦ୍ର ହେବ।
ଅଧିକ ପଢ଼ନ୍ତୁ ଦେଶ ଖବର: