କରୋନାର XEC ଭାରିଆଣ୍ଟ କଣ?
ଏହି ଭାରିଆଣ୍ଟ କରୋନାର KS.1.1 ଏବଂ KP.3.3ର ମିଳିତ ରୂପ ବୋଲି କୁହାଯାଉଛି। ଏହି ଦୁଇ ସବ ଭାରିଆଣ୍ଟ ପୂର୍ବରୁ ହିଁ ବିଶ୍ବର ଚିନ୍ତାର କାରଣ ସାଜିଥିଲା । କିନ୍ତୁ ଦୁଇଟି ଭାରିଆଣ୍ଟ ମିଶି ଗୋଟିଏ ଭାରିଆଣ୍ଟ ହେବା ଦ୍ବାରା ଏହା ଆହୁରି ଭୟଙ୍କର ହେବା ନେଇ ଅନୁମାନ କରାଯାଉଛି ।
XEC ଭାରିଆଣ୍ଟର ଲକ୍ଷଣଗୁଡ଼ିକ ପୂର୍ବ ଓମିକ୍ରନ୍ ପ୍ରକାରଗୁଡିକ ସହିତ ପ୍ରାୟ ସମାନ ଏବଂ ଏଥିରେ ଜ୍ୱର, ଗଳା ଯନ୍ତ୍ରଣା, ଗନ୍ଧ ହ୍ରାସ, କାଶ, ଭୋକ ନ ହେବା, ଶରୀର ବଥା ହେବ ବୋଲି ଜଣାପଡ଼ିଛି।
ସେହିପରି FLirt ଭାରିଆଣ୍ଟସ ପ୍ରାୟ ଓମିକ୍ରନ ଭାରିଆଣ୍ଟ ସହ ସମାନ। ଏହି ରୋଗର ଲକ୍ଷଣ ୧୪ ଦିନ ପରେ ଜଣାପଡ଼େ। ଏହି ଭାରିଆଣ୍ଟ ଦ୍ବାରା ସଂକ୍ରମଣ ମଧ୍ୟ ଅଧିକ ହେବାର ସମ୍ଭାବନା ରହିଛି । କିନ୍ତୁ ଅନେକ ବୈଜ୍ଞାନିକ ଦାବି କରି କହିଛନ୍ତି ଯେ, ଏହି ଭାରିଆଣ୍ଟକୁ କୋଭିଡ ଭ୍ୟାକ୍ସିନ ପ୍ରତିରୋଧ କରିପାରିବ। ଏନେଇ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ, ଲୋକଙ୍କୁ କରୋନା ଭ୍ୟାକ୍ସିନ ଉପରେ ଅଧିକ ଧ୍ୟାନ ଦେବାକୁ ହେବ । ଏଥିରୁ ବର୍ତ୍ତିବାର ଏହା ଏକମାତ୍ର ଉପାୟ ଅଟେ । ପରିଷ୍କାର ପରିଚ୍ଛନ୍ନତା, ମାସ୍କ ପିନ୍ଧିବା, ଦୂରତା ବଜାଇ ରଖିବା ଭଳି ନୟମକୁ ପାଳନ କରିବା ଦ୍ବାରା କିଛି ମାତ୍ରାରେ ସଂକ୍ରମଣକୁ ଏଡାଯାଇପାରିବ।
ଅଧିକ ପଢ଼ନ୍ତୁ ଭାରତ ଖବର