ଅଧିକ ପଢନ୍ତୁ : ଉଚ୍ଚସ୍ତରୀୟ ବୈଠକ ଯୋଗେ କରୋନା ସ୍ଥିତି ସମୀକ୍ଷା କରିବେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ
ହୋମ ଆଇସୋଲେସନରେ ରହିଲେ ଯୋଗାଇ ଦିଆଯିବ ମେଡ଼ିସିନ। ଟେଷ୍ଟ କିଟ, ଔଷଧ, ଅକ୍ସଜେନ ସୁନିଶ୍ଚିତ ମହଜୁତ ରଖିବାକୁ ସବୁ ସିଡିଏମଓ଼ ନିର୍ଦେଶ ଦିଆଯାଇଛି। ଗୋଟିଏ ସ୍ଥାନରୁ ଏକାଧିକ କେଶ ବାହାରିଲେ କଣ୍ଟେନମେଣ୍ଟ ପାଇଁ ନିଆଯିବ ପଦକ୍ଷେପ । କୋଭିଡ ସ୍ଥିତି ନେଇ ଆଜି କେନ୍ଦ୍ର ସରକାର ରିଭ୍ୟୁ କରିବେ । ମକ ଡ୍ରିଲ ନେଇ ହୋଇପାରେ ଆଲୋଚନା । ବୈଠକରେ ଆଲୋଚନା ପରେ ଜିଲ୍ଲା ମାନଙ୍କୁ ନିର୍ଦେଶ ଦିଆଯିବ ବୋଲି ଜନସ୍ବାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।