ଅଧିକ ପଢନ୍ତୁ :ଆଜିଠୁ ଆରମ୍ଭ ହେବାକୁ ଯାଉଛି ଫଟାଫଟ୍ କ୍ରିକେଟର ମହାସମର
ତେବେ କ୍ରିକେଟ ପ୍ରେମୀ ମାନେ ଚାହିଁ ରହିଛନ୍ତି ବିଶ୍ୱର ସବୁଠାରୁ ଏହି ଧନୀ ଟି-୨୦ ଲିଗ୍ ଦେଖିବା ପାଇଁ। ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଖଚାଖଚ ଭିଡ ମଧ୍ୟ ଆଜି ଦେଖିବାକୁ ମିଳିବ। ଆଉ କେତେକ କ୍ରିକେଟ ପ୍ରେମୀ ମାନେ ନିଜ ନିଜ ଘରେ ରହି ଟେଲିଭିଜନ ମାଧ୍ୟମରେ ମଜା ନେଇପାରିବେ। ତେବେ ସବୁଠାରୁ ଖୁସି ଖବର ହେଉଛି ଆପଣ ମାନେ ମଧ୍ୟ ଆଇପିଏଲର ଏହି ୧୬ ତମ ସଂସ୍କରଣକୁ ମୋବାଇଲ ମାଧ୍ୟମରେ ଦେଖିପାରିବେ। ଏହି ସିଜନର ସମସ୍ତ ମ୍ୟାଚ୍ ଫ୍ରିରେ ଜିଓ ସିନେମାରେ ଲାଇଭ୍ ଷ୍ଟ୍ରୀମ୍ କରାଯିବ । ଜିଓ ସିନେମା ଚଳିତ ବର୍ଷ 700 ମିଲିୟନରୁ ଅଧିକ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କୁ ଷ୍ଟାଟସ୍ ପ୍ୟାକ୍ ଏବଂ 4K ଫିଡ୍, ମଲ୍ଟି ଭାଷା ଏବଂ ମଲ୍ଟି କ୍ୟାମ ଉପସ୍ଥାପନା, ଇଣ୍ଟରାକ୍ଟିଭିଟି ପ୍ରଦାନ କରିବ | ଯାହାକି ଆଇପିଏଲରେ ପ୍ରଥମ ଥର ହେବାକୁ ଯାଉଛି।
କ୍ରୀଡ଼ା ଖବର ଆହୁରି ପଢନ୍ତୁ