ଗୃହ ମନ୍ତ୍ରଣାଳୟ ଯେତେବେଳେ ଏହାର ଯାଞ୍ଚ କରିଥିଲା ସେତେବେଳେ ଏହି ସଂଗଠନର ଭୂମିକା ମନ୍ତ୍ରଣାଳୟକୁ ଚକିତ କରି ଦେଇଥିଲା । କେବଳ ସେତିକି ନୁହେଁ ଉତ୍ତର ପ୍ରଦେଶ ଓ ରାଜସ୍ଥାନରେ ଗତ କିଛି ବର୍ଷରେ ଯେଉଁ ଦଙ୍ଗା ହୋଇଛି ଓ କେରଳ ଓ କର୍ଣାଟକରେ ଆରଏସଏସ କର୍ମୀ ଓ ଅନ୍ୟ ଲୋକ ମାନଙ୍କର ଯେଉଁ ବର୍ବର ହତ୍ୟା ହୋଇଛି ସେ ସବୁ ପଛରେ ପିଏଫଆଇ ରହିଥିବାର ସ୍ପଷ୍ଟ ପ୍ରମାଣ ମିଳିଥିଲା ।
ଏହି ସଂଗଠନ ସେତେବେଳେ ଇଣ୍ଡିଆନ ମୁଜାହିଦ୍ଦିନ ଭଳି ଦେଶ ବିରୋଧୀ କାମ କରୁଥିବାର ସ୍ପଷ୍ଟ ପ୍ରମାଣ ମିଳିଥିଲା । ଏହା ପରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଓ ଗୁଇନ୍ଦା ସୂଚନା ଏକତ୍ର କରୁଥିବା ସ୍ସେଶାଲ ବ୍ରାଂଚ, ଆଇବି ସମେତ ଅନ୍ୟ କେନ୍ଦ୍ରୀୟ ଏଜେନ୍ସି ମାନେ ମିଶି ପିଏଫଆଇ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରିବା କାମରେ ଲାଗି ଯାଇଥିଲେ ।
ଦିଲ୍ଲୀ ପୋଲିସର ସ୍ପେଶାଲ ସେଲର ଜଣେ ବରିଷ୍ଠ ଅଧିକାରୀ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ ପୂର୍ବରୁ ସିମି ନାମକ ଏକ ଦେଶଦ୍ରୋହୀ କାର୍ଯ୍ୟକଳାପ କରୁଥିବା ସଂଗଠନ ସକ୍ରିୟ ଥିଲା ।
ତେବେ ବୋମା ବିସ୍ଫୋରଣରେ ତାର ନାମ ଆସିବା ପରେ 2000 ମସିହାରେ ସରକାର ଏହି ସଂଗଠନ ଉପରେ ବ୍ୟାନ ଘୋଷଣା କରିଥିଲେ । ଏହି ବ୍ୟାନ ପରେ ଏଥିରେ ଜେହାଦୀ ମାନସିକତା ରଖୁଥିବା ସଦସ୍ୟ ମାନେ ଇଣ୍ଡିଆନ ମୁଜାହିଦ୍ଦିନ ନାମକ ଏକ ନୂତନ ଆତଙ୍କବାଦୀ ସଂଗଠନ ତିଆରି କରିଥିଲେ ଓ କମ ସକ୍ରିୟ ଥିବା ସଦସ୍ୟ ମାନେ ପିଏଫଆଇ ନାମକ ସଂଗଠନରେ ସାମିଲ ହେବେ । 20-22 ବର୍ଷ ଧରି ପିଏଫଆଇ ଦେଶର ଅନେକ ରାଜ୍ୟରେ ମୁସଲମାନ ମାନଙ୍କର ହିତୈଷୀ ହୋଇ ସେମାନଙ୍କୁ ଏକଜୁଟ କରିବା ସହ ରୋଜଗାର ମୂଳକ ନିଶୁଳ୍କ ଶିକ୍ଷା ଦେବା କଥା କହି ସେମାନଙ୍କ ମନରେ ବିଷ ଭର୍ତି କରିବା ଆରମ୍ଭ କରିଥିଲା ।
ମୁସଲମାନ ଯୁବକ ମାନଙ୍କ ମନରେ ଦେଶ ପ୍ରତି ଘୃଣା ଭର୍ତି କରି ସେମାନଙ୍କୁ ଜେହାଦୀ କରିବା କାମରେ ଲାଗିଥିଲା । ତେବେ ବର୍ତମାନ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ପରେ ସେମାନଙ୍କ ଉପରେ ରୋକ ଲାଗିବ । ହେଲେ ସେମାନେ ପୁଣି ଥରେ ଅନ୍ୟ ନାମରେ ଏଭଳି କାମ କରିବା ଆରମ୍ଭ କରି ଦେଇ ପାରନ୍ତି । କେନ୍ଦ୍ରୀୟ ଏଜେନ୍ସି ମାନେ ଏହାକୁ ଭଲ ଭାବେ ଜାଣନ୍ତି । ତେଣୁ ସେ ଦିଗରେ ମଧ୍ୟ କାମ କରା ଯାଉଥିବା ସୂଚନା ମିଳିଛି ।
ଭାରତ ଖବର ଆହୁରି ପଢ଼ନ୍ତୁ ।