ସଂସଦର ଶୀତକାଳୀନ ଅଧିବେଶନ ପୂର୍ବରୁ ଗଣମାଧ୍ୟମ ସାମନାରେ ଦେଇଥିବା ବକ୍ତବ୍ୟରେ ଏହା କହିଛନ୍ତି । ସାମ୍ବାଦିକମାନଙ୍କ ସହ ଆଲୋଚନାବେଳେ ସେ କହିଛନ୍ତି ଯେ ସମସ୍ତ ରାଜନୈତିକ ଦଳ ଆଲୋଚନାରେ ମୂଲ୍ୟବୋଧକୁ ସ୍ଥାପିତ କରିବେ ଓ ତାକୁ ସମୃଦ୍ଧ କରିବେ ବୋଲି ମୋର ପୂରା ବିଶ୍ୱାସ ।
ସେ କହିଛନ୍ତି ଯେ ନୂଆ ଓ ଯୁବ ସାଂସଦମାନଙ୍କର ଉଜ୍ୱଳ ଭବିଷ୍ୟତ ଓ ଗଣତନ୍ତ୍ରର ଭାବୀ ପୀଢୀକୁ ପ୍ରସ୍ତୁତ କରିବାକୁ ଆମେ ତାଙ୍କୁ ଅଧିକରୁ ଅଧିକ ସହଭାଗୀ କରିବାକୁ ସୁଯୋଗ ଦେବା ଉଚିତ । ଗଣତନ୍ତ୍ର ଖୁବ ବଡ ବିଶ୍ୱ ବିଦ୍ୟାଳୟ ଓ ଅନେକ ଯୁବ ସାଂସଦ ତାଙ୍କୁ କହିଥାନ୍ତି ଯେ ତାଙ୍କୁ ଏଥିରେ ଭାଗିଦାରୀର ସୁଯୋଗ ମିଳିପାରୁ ନାହିଁ । ତେଣୁ ଗୃହକୁ ଚଳାଇବା ଜରୁରୀ ବୋଲ ପ୍ରଧାନମନ୍ତ୍ରୀ କହିଛନ୍ତି ।
ଭାରତକୁ ଜି 20 ଅଧ୍ୟକ୍ଷତା ମିଳିବା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଶ୍ୱକୁ ନିଜର ସାମର୍ଥ୍ୟ ଦେଖାଇବାକୁ ଏହା ଏକ ବଡ ଅବସର । ଦେଶକୁ ବିକାଶର ନୂଆ ଉଚ୍ଚତାକୁ ପହଞ୍ଚାଇବା, ବର୍ତ୍ତମାନ ବୈଶ୍ୱିକ ପରିସ୍ଥିତିରେ ଭାରତକୁ ଆଗକୁ ବଢାଇବାକୁ ଆଖି ଆଗରେ ରଖି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଏହା ସୁଯୋଗ ପ୍ରଦାନ କରିବ ।
ସେ ଆହୁରି କହିଛନ୍ତି ଯେ ପ୍ରଥମ ଥର ଉପରାଷ୍ଟ୍ରପତି ଜଗଦୀପ ଧନଖଡ ରାଜ୍ୟସଭାର ସଭାପତି ଭାବେ ନିଜର କାର୍ଯ୍ୟକାଳ ଆରମ୍ଭ କରିବେ । ସେ ଜଣେ ଚାଷୀଙ୍କ ପୁତ୍ର ଓ ରାଜ୍ୟସଭାର ସଭାପତି ଭାବେ ଦେଶର ଗୌରବ ବଢାଇବେ । ଏହି ଅବସରରେ ସେ ତାଙ୍କୁ ଶୁଭକାମନା ଜଣାଇଛନ୍ତି ।