ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ପ୍ରମୋଦ ଭଗତ ସମଗ୍ର ଦେସବାସୀଙ୍କ ହୃଦୟ ଜିତିଛନ୍ତି । ସେ ଜଣେ ଚାମ୍ପିଆନ୍ । ଯାହାଙ୍କ ସଫଳତା ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣ ଦେବ ।
ବ୍ରିଟେନର ଡାନିଏଲ ବେଠଲଙ୍କୁ ହରାଇ ସେ ପଦକ ଜିତିଛନ୍ତି। ପ୍ରଥମ ଓଡିଆ ଭାବରେ ସେ ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ବ୍ୟାଡମିଣ୍ଟନ ସିଙ୍ଗିଲସରେ ସେ ଏହି ସଫଳତା ହାସଲ କରିଛନ୍ତି। ପ୍ରଥମ ଥର ପାଇଁ ସେ ପାରାଲିମ୍ଫିକ୍ସ ଯାଇଥିବା ବେଳେ ଦେଶକୁ ଗୌରାବନ୍ଵିତ କରିଛନ୍ତି। ୨୧-୧୪, ୨୧-୧୭ରେ ସେ ନିଜର ପ୍ରତିଦ୍ଵନ୍ଦୀକୁ ହରାଇଛନ୍ତି।
ପ୍ରଥମ ଭାରତୀୟ ଭାବେ ବ୍ୟାଡମିଣ୍ଟନରେ ସେ ଏହି ସଫଳତା ହାସଲ କରିଛନ୍ତି। ପ୍ରଥମ ଓଡିଆ ଭାବରେ ସେ କୌଣସି ଅଲିମ୍ଫିକ୍ସରେ ପଦକ ଜିତିଛନ୍ତି।