ରବିବାର 105 ତମ `ମନ କି ବାତ୍' କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରେ ଭାରତ ହାସଲ କରଥିଲା ବଡ଼ ଉପଲବ୍ଧିକୁ ଦୋହରାଇଛନ୍ତି ମୋଦି । ସବୁଠାରୁ ବଡ଼ ମାଇଲଷ୍ଟନ୍ ଚନ୍ଦ୍ରଯାନ-ର ଲ୍ୟାଣ୍ଡି ଆଉ ତା ଭିତରେ ‘ଜି୨୦’ ଶିଖର ସମ୍ମିଳନୀର ଭବ୍ୟ ଆୟୋଜନ ପ୍ରତ୍ୟେକ ଭାରତୀୟଙ୍କ ଖୁସିକୁ ଦ୍ବିଗୁଣିତ କରିଦେଇଥିବା କହିଛନ୍ତି ମୋଦି ।
ଏଥିସହିତ ଦେଶର ଏହି ଐତିହାସିକ କ୍ଷଣରେ ନୂଆ ନୂଆ ସଫଳତା ଭାରତ ପାଇଁ ଗର୍ବ ଓ ଗୌରବ ଆଣିଦେଇଛି। ବିଶେଷ କରି ବହୁତ୍ ଶୀଘ୍ର ଭାରତ ମିଡିଲ-ଇଷ୍ଟ ୟୁରୋପ କରିଡର ହେବ ବୋଲି ମନ କି ବାତରେ କହିଛନ୍ତି ପ୍ରଧାନମନ୍ତ୍ରୀ । କରିଡର ଆଗାମୀ ଦିନରେ ବିଶ୍ବ ବାଣିଜ୍ୟର ଅଧାର ହେବ । ଭାରତ ମାଟିରେ ଏହି କରିଡରର ସୂତ୍ରପାତ ହୋଇଥିବା ବେଳେ ଇତିହାସରେ ଏହାକୁ ମନେରଖିବ ବିଶ୍ବ।
ସେହିପରି । ୨୬ ସେପ୍ଟେମ୍ବରରେ ହେବାକୁ ଥିବା G20 ୟୁନିଭର୍ସିଟି କନେକ୍ଟ ପୋଗ୍ରାମ କଥା ମଧ୍ୟ ମନ କି ବାତରେ କହିଛନ୍ତି ମୋଦି । ଏହି କାର୍ଯ୍ୟକ୍ରମ ଦ୍ବାରା ଲକ୍ଷ ଲକ୍ଷ ବିଶ୍ବବିଦ୍ୟାଳୟ ଛାତ୍ର ଯୋଡ଼ି ହୋଇପାରିବେ । ୨୭ ତାରିଖରେ ପର୍ଯ୍ୟଟନ ଦିବସ ପଡୁଥିବା ବେଳେ G-20 ସମ୍ମିଳନୀ ପରେ ଭାରତର ପର୍ଯ୍ୟଟନ ପ୍ରତି ଆକର୍ଷଣ ବଢିଥିବା କହିଛନ୍ତି ମୋଦି । ସୁସ୍ଥ ପରିବେଶ ପାଇଁ ପଶୁ, ପକ୍ଷୀ, ସରୀସୃପଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । କର୍ତ୍ତବ୍ୟ କରିବାର ଭାବନା ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧିପାରେ । ଅଟଳ ଲକ୍ଷ୍ୟ ନିକଟରେ କିଛି ଅସମ୍ଭବ ନୁହେଁ ବୋଲି କହିଛନ୍ତି ମୋଦି ।
ଦେଶରେ ପର୍ବପର୍ବାଣି ସମୟ ଚାଲିଥିବା ବେଳେ ଲୋକାଲ ସାମଗ୍ରୀ କିଣିବା ଉପରେ ଜୋର ଦେଇଛନ୍ତି ପିଏମ । ଦେଶବାସୀଙ୍କୁ ପୁଣି ‘ଭୋକାଲ୍ ଫର୍ ଲୋକାଲ୍’ ଆହ୍ବାନ ଦେଇଛନ୍ତି ମନ କି ବାତ ଜରିଆରେ ।
ଅଧିକ ପଢ଼ନ୍ତୁ ଭାରତ ଖବର